ଶିଶୁଙ୍କ ଠାରେ ଦୀର୍ଘ ମିଆଦି କୋଭିଡ ସମସ୍ୟା କମ ଦେଖାଯାଏ: ପ୍ରଫେସର ଜୟନ୍ତ ପଣ୍ଡା

0 394
greentech

ଭୁବନେଶ୍ୱର : କୋଭିଡ ପରେ ଲୋକଙ୍କ ଠାରେ ଅନେକ ଲକ୍ଷଣ ଦେଖାଯାଉଛି । ଦୀର୍ଘ ମିଆଦି କୋଭିଡ ସମସ୍ୟାରେ ଲୋକେ ପୀଡିତ ହେଉଛନ୍ତି । ପୋଷ୍ଟ କୋଭିଡ ସିଣ୍ଡ୍ରୋମ ଯୋଗୁଁ ଲୋକେ ଅସୁବିଧା ଭୋଗୁଛନ୍ତି । କୋଭିଡ ସଚେତନତା ପରାମର୍ଶ କାର୍ଯ୍ୟକ୍ରମରେ କଟକସ୍ଥିତ ଏସ୍‌ସିବି ମେଡିକାଲର ପ୍ରଫେସର ଜୟନ୍ତ ପଣ୍ଡା ଏହା କହିଛନ୍ତି । କିଛି ଲୋକ କୋଭିଡ ପରେ ଶ୍ୱାସନଳୀ ସମସ୍ୟା ଭୋଗୁଛନ୍ତି । ଚିଡ୍‌ଚିଡ଼ା, ଭୋକ ନହେବା, ଛାତି ଧଡ଼ଧଡ଼ ଭଳି ଲକ୍ଷଣ ଲକ୍ଷଣ ଦେଖାଯାଉଛି । ବୟସ୍କ, ମହିଳା, ଜଟିଳ ରୋଗୀରେ ପୀଡିତଙ୍କ ଠାରେ ଦେଖାଯାଉଛି ।

କୋଭିଡରୁ ଭଲ ହେବା ପରେ ପୁଣି ଲକ୍ଷଣ ପ୍ରକାଶ ପାଇବା ନେଇ ପ୍ରଫେସର ପଣ୍ଡା କହିଛନ୍ତି, ପ୍ରଥମ ସପ୍ତାହରେ ଭୂତାଣୁର ପ୍ରଭାବ ଦେହରେ ରହିଥାଏ । ଭୂତାଣୁ ଯଦି ଶକ୍ତିଶାଳୀ ଥାଏ, ତେବେ ଦ୍ୱିତୀୟ ଥର ହୋଇଥାଏ । ଶିଶୁମାନଙ୍କ ଠାରେ ଦୀର୍ଘ ମିଆଦି କୋଭିଡ ସମସ୍ୟା କମ ଦେଖାଯାଏ । ଜଣେ ଉପଯୁକ୍ତ ଚିକିତ୍ସାରେ ରହିଲେ, ଏଥିରୁ ମୁକ୍ତି ପାଇପାରିବେ । ମାତ୍ର ଦୀର୍ଘ ମିଆଦି କୋଭିଡ ରୋଗୀ ଅଧିକ ସଂକ୍ରାମକ ନୁହେଁ ।

କାର୍ଯ୍ୟକ୍ରମରେ ସମ୍ ହସ୍‌ପିଟାଲର ପ୍ରଫେସର ତଥା ରାଜ୍ୟ ସରକାରଙ୍କ ବିଶେଷଜ୍ଞ ଡାକ୍ତର ବାନାମ୍ବର ରାୟ କହିଛନ୍ତି, ଇକ୍‌ମୋ ଜରିଆରେ ଶରୀରର ଦୂଷିତ ରକ୍ତ ପରିଷ୍କାର କରାଯାଏ । ନିଶ୍ୱାସଜନିତ ସମସ୍ୟା ଥିଲେ ଭେଣ୍ଟିଲେଟର ସାହାଯ୍ୟ ନିଆଯାଏ । କୋଭିଡ ପୂର୍ବରୁ ଇକ୍‌ମୋର ବ୍ୟବହାର ହେଉଥିଲା । ଏନ୍‌୧ଏନ୍‌୧ ସମୟରେ ଇକ୍‌ମୋ ସଂପର୍କରେ ଚର୍ଚ୍ଚା ହୋଇଥିଲା । କୋଭିଡ ସମୟରେ ଇକ୍‌ମୋ ଚିକିତ୍ସାର ବେଶୀ ଆବଶ୍ୟକ ଜଣାପଡ଼ିଲା । ଇକ୍‌ମୋ ଲଗାଇଦେଲେ ସମସ୍ତେ ବଂଚିବେ ତାହା କହିପାରିବାନି ।

Leave A Reply

Your email address will not be published.

seventeen + 1 =

error: Content is protected !!
Open chat