![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ମାଙ୍ଗାଲୋର ୨୪/୦୭: ଇ-ଇନଭଏସିଂ ସ୍କିମକୁ ଶୀଘ୍ର ବାଧ୍ୟତାମୂଳକ କରାଯିବ। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ପକ୍ଷରୁ ଏ ନେଇ ଗୋଟିଏ ସପ୍ତାହ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇବ।
![](https://i0.wp.com/kalingajyoti.com/wp-content/uploads/2020/07/cbic.jpg?resize=438%2C245&ssl=1)
ବାର୍ଷିକ ୫୦୦ କୋଟି କିମ୍ବା ଏହାଠାରୁ ଅଧିକ ପରିମାଣର କାରବାର କରୁଥିବା ବାଣିଜ୍ୟଗୁଡିକ ଲାଗି ଅକ୍ଟୋବର ପହିଲାରୁ ଏହାକୁ ଲାଗୁ କରାଇବାକୁ ଯୋଜନା ରଖାଯାଇଥିବା ଜିଏସ୍ଟିର ପ୍ରିନ୍ସିପାଲ କମିଶନର ଯୋଗେନ୍ଦ୍ର ଗର୍ଗ ସୂଚନା ଦେଇଛନ୍ତି।
![](https://kalingajyoti.com/wp-content/uploads/2020/07/e-inve.jpg)
ଇ-ଇନଭଏସିଂ ଇଲେକଟ୍ରୋନିକ୍ସ ଉପାୟରେ ପ୍ରମାଣନ ହୋଇଥିବା ଏକ ଇନଭଏସ। ଏ ସମ୍ପର୍କରେ ଶୀଘ୍ର ଏକ ସର୍କୁଲାର ମଧ୍ୟ ଜାରି କରାଯିବ। ନୂଆ ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଇବା ଲାଗି ସିବିଆଇସି ପକ୍ଷରୁ ଜିଏସ୍ଟି ରିଟର୍ନ ଫାଇଲିଂ ସିଷ୍ଟମକୁ ପରିବର୍ତ୍ତନ କରିବ। ଏହା କାର୍ଯ୍ୟକାରୀ ହେଲେ କମ୍ପାନୀଗୁଡିକର ଅନୁପାଳନ ଚାପ ମଧ୍ୟ କମିବ।