ଶ୍ରୀକ୍ଷେତ୍ରରୁ ଆଉ ୧୨ କରୋନା ପଜିଟିଭ ଚିହ୍ନଟ

0 367
greentech

ପୁରୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୦୧/୦୭ : ଶ୍ରୀକ୍ଷେତ୍ର ପୁରୀରେ ଗତ ସପ୍ତାହେ ଧରି ଚାଲିଥିବା କୋଭିଡ ଟେଷ୍ଟରେ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମୁଦାୟ ୫୫୬୯ ଜଣଙ୍କ ମଧ୍ୟରୁ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ପଜିଟିଭ ଚିହ୍ନଟ ହୋଇଥିବା ଅଂଚଳକୁ କଣ୍ଟେନମେଣ୍ଟ ଜୋନ କରାଯାଇ କଣ୍ଟାକଟ ଟ୍ରେସିଙ୍ଗ ଚାଲିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ କଟକରୁ ଆଜି ୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ବଡମ୍ବା ଅଂଚଳର ୧୭ ଜଣ, ନିଆଳି ଅଂଚଳର ୨ ଜଣ, କଣ୍ଟାପଡାରୁ ୨ ଜଣ, ନିଶ୍ଚିନ୍ତକୋଇଲିରୁ ୯ ଜଣ, ସିଏମସି ବା କଟକ ମ୍ୟୁନିସିପାଲଟି ଅଂଚଳରୁ ୮ ଜଣ, ଏନଡିଆରଏଫର ଜଣେ ଯବାନ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚାଲିଥିବା ମହାପ୍ରଭୁଙ୍କ ବାହୁଡା ଯାତ୍ରାରେ ଯେଉଁମାନେ ସାମିଲ ହୋଇଛନ୍ତି ସମସ୍ତଙ୍କର କରୋନା ଟେଷ୍ଟରେ ନେଗେଟିଭ ଥିବାର ଜିଲ୍ଲା ପ୍ରଶାସନ ଜଣାଇଛି ।

Leave A Reply

Your email address will not be published.

ten − 7 =

error: Content is protected !!
Open chat