ସହରାଂଚଳର ବୁଲା ପଶୁଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଷାଠିଏ ଲକ୍ଷ ଟଙ୍କା ସହାୟତା

0 321
greentech

ଭୁବନେଶ୍ୱର: କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଗତ ୫ ତାରିଖ ଠାରୁ ଲକଡାଉନ୍ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର ଆଦି ପ୍ରାଣୀମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ମହାନଗର ନିଗମ ୪୮ଟି ମ୍ୟୁନିସପାଲଟି ଓ ୬୧ଟି ଏନ୍ଏସି ମାନଙ୍କୁ ଷାଠିଏ ଲଷ ଟଙ୍କା ସହାୟତା ମଞ୍ଜୁର କରିଛନ୍ତି ।

ଏହି ଅର୍ଥରେ ସେମାନେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ଜରିଆରେ ବୁଲା ପ୍ରାଣୀମାନଙ୍କୁ ଖାଦ୍ୟ ଯୋଗାଇ ଦେବେ । ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଏଥିପାଇଁ ଦୈନିକ କୋଡ଼ିଏ ହଜାର ଟଙ୍କା, କଟକ, ସମ୍ବଲପୁର, ରାଉରକେଲା, ଓ ଵ୍ରହ୍ମପୁର ମହାନଗର ନିଗମ ଦୈନିକ ଦଶହଜାର ଟଙ୍କା, ମ୍ୟୁନିସପାଲଟିମାନେ ଦୈନିକ ପାଞ୍ଚ ହଜାର ଟଙ୍କା ଓ ଏନଏସି ମାନେ ଦୈନିକ ଦୁଇ ହଜାର ଟଙ୍କା ଖର୍ଚ୍ଚ କରିପାରିବେ ।

ସୂଚନାଯୋଗ୍ୟ ଯେ, ସହରାଂଚଳର ହୋଟେଲଗୁଡ଼ିକ ବନ୍ଦ ହୋଇଯିବା ଫଳରେ ବୁଲା ଗାଈ, କୁକୁର ଓ ଅନ୍ୟ ପଶୁମାନଙ୍କୁ ଖାଦ୍ୟର ଅଭାବ ହୋଇଛି । ସେହିପରି ଲକ୍‌ଡାଉନ୍ ବ୍ୟତୀତ ସପ୍ତାହାନ୍ତ ସଟ୍‌ଡାଉନ୍ ବୁଲା ପଶୁମାନେ ଖାଦ୍ୟ ପାଇପାରୁ ନାହାନ୍ତି । ଶନିବାର ଓ ରବିବାର ହାଟ ବଜାର ବନ୍ଦ ରହୁଥିବାରୁ ବୁଲା ପଶୁମାନଙ୍କୁ ଆଦୌ ଖାଇବାକୁ ମିଳିପାରୁ ନାହିଁ ।

Leave A Reply

Your email address will not be published.

five × three =

error: Content is protected !!
Open chat