ସାଇବର ହ୍ୟାକରର୍ସ ଙ୍କ ଟାର୍ଗେଟରେ ‘ଗୁଗଲ କ୍ରୋମ’ : ସତର୍କ କଲା ସାଇବର ସୁରକ୍ଷା ଏଜେନ୍ସି

0 189
greentech

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : ‘ଗୁଗଲ କ୍ରୋମ’ ଉପରେ ଆକ୍ରମଣ କରିପାରନ୍ତି ହ୍ୟାକର, ସତର୍କ ରହିବା ପାଇଁ କହିଲା ସାଇବର ସୁରକ୍ଷା ଏଜେନ୍ସି । କମ୍ପାନୀ କହିଛି ଯେ, ଉପଭୋକ୍ତାଙ୍କ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରୁଥିବା ଜାଣି ୧୦୦ରୁ ଅଧିକ ଭୁଲ ଏକ୍ସଟେନ୍ସନ୍ ହଟାଇ ଦିଆଯାଇଛି । ଏମିତିକି ଗୁଗୁଲ୍ କ୍ରୋମର ୱେବ୍ ଷ୍ଟୋରର ସୁରକ୍ଷା ସ୍କାନକୁ ବାଇପାସ୍ କରିବା ପାଇଁ ଏକ୍ସଟେନ୍ସନ୍ କୋଡ୍ ପାଇଥିବା ନେଇ କହିଛି ସିଇଆରଟି-ଇନ । ଏବେ ୧୦୦ରୁ ଅଧିକ ଭୁଲ ଏକ୍ସଟେନ୍ସନ୍ ହଟାଇ ଦିଆଯିବା ପରେ ଗୁଗୁଲ୍ କ୍ରୋମ୍ ବ୍ରାଉଜରରେ ଅତ୍ୟନ୍ତ ଜରୁରୀ ଥିଲେ ହିଁ ଏକ୍ସଟେନ୍ସନ୍ ଇନଷ୍ଟଲ୍ କରନ୍ତୁ । ଏହା ସହିତ ବ୍ୟବହାର କରୁନଥିବା ଏକ୍ସଟେନ୍ସନକୁ ଫୋନରୁ ହଟାଇ ଦେବା ପାଇଁ କହିବା ସହ ନୂଆ ଏକ୍ସଟେନ୍ସନ୍ ଇନଷ୍ଟଲ ସମୟରେ ଏହାର ଉପଭୋକ୍ତା ସମୀକ୍ଷା ପଢି ଏବଂ ଯାଞ୍ଚ ହୋଇନଥିବା ଉତ୍ସରୁ କ୍ରୋମ୍ ଏକ୍ସଟେନ୍ସନ୍ ଡାଉନଲୋଡ୍ ନକରିବା ପାଇଁ ଚେତାଇ ଦେଇଛି ସିଇଆରଟି-ଇନ ।

ଯଦି ଆପଣ ଯାଞ୍ଚ ନକରି ଡାଉନଲୋଡ୍ କରିବେ ଆପଣଙ୍କ ବ୍ୟାଙ୍କିଙ୍ଗ୍ ତଥ୍ୟ ଏବଂ ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ଆଶଙ୍କା ରହିଛି । ଗୁଗୁଲ୍ କ୍ରୋମ୍ ଏକ୍ସଟେନ୍ସନ୍ ଇନଷ୍ଟଲ କରିବା ସମୟରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ସତର୍କ ରହିବାକୁ କମ୍ପ୍ୟୁଟର ଏମରଜେନସି ରେସପନ୍ସ ଟିମ ଅଫ ଇଣ୍ଡିଆ (ସିଇଆରଟି-ଇନ) ପରାମର୍ଶ ଦେଇଛି । ସିଇଆରଟି-ଇନଏଜେନ୍ସିର କହିବା ମୁତାବକ, ଏକ୍ସଟେନ୍ସନରେ ସ୍କ୍ରିନସଟ୍ ନେବା, କ୍ଲିପବୋର୍ଡ୍ ପଢିବା, ଅଥେଣ୍ଟିକେସନ କୁଇଜ୍ କାଟିବା କିମ୍ବା ପାସୱାର୍ଡ ଏବଂ ଅନ୍ୟାନ୍ୟ ଗୋପନୀୟ ତଥ୍ୟ ପଢିବା କିମ୍ବା ବ୍ୟବହାର କରିବାର କ୍ଷମତା ଥିଲା । ଯାହାଦ୍ୱାରା ସେ ଉପଭୋକ୍ତାଙ୍କ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରୁଥିଲା ।

Leave A Reply

Your email address will not be published.

twenty + 3 =

error: Content is protected !!
Open chat