ସାଧାରଣତନ୍ତ୍ର ଦିବସରେ ଉତ୍ତର ପ୍ରଦେଶ ପ୍ରଜ୍ଞାପନ ମେଢ଼ରେ ପ୍ରଦର୍ଶନ ହେବ ଅଯୋଧ୍ୟାର ରାମ ମନ୍ଦିର

0 539
greentech

ଲକ୍ଷ୍ନୌ: ନୂଆଦିଲ୍ଲୀର ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଉତ୍ତର ପ୍ରଦେଶର ପ୍ରଜ୍ଞାପନ ମେଢ଼ରେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ସମେତ ସେଠାକାର ସଂସ୍କୃତି, ପ୍ରଥା ଏବଂ କଳାକୃତି ପ୍ରଦର୍ଶନ କରାଯିବ।

ରାଜ୍ୟ ସରକାରଙ୍କ ବିବୃତି ଅନୁସାରେ, ୨୦୨୧ ପ୍ରଜ୍ଞାପନ ମେଢ଼ର ଶୀର୍ଷକ ରହିଛି ‘ଅଯୋଧ୍ୟା: ଉତ୍ତର ପ୍ରଦେଶର ସାଂସ୍କୃତିକ ଐତିହ୍ୟ’।

ଏଥିରେ ଅଯୋଧ୍ୟା ‘ଦୀପୋତ୍ସବ’ ଏକ ଝଲକ ବି ପ୍ରଦର୍ଶନ କରାଯିବ। ନୂଆଦିଲ୍ଲୀରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ପରେଡ୍‌ ସଂକ୍ରାନ୍ତ ବୈଠକରେ ଉତ୍ତର ପ୍ରଦେଶ ସରକାର ପଠାଇଥିବା ଏହି ପ୍ରସ୍ତାବ ଅନୁମୋଦିତ ହୋଇଛି।

ଏ ବର୍ଷ ଉତ୍ତର ପ୍ରଦେଶ ପ୍ରଜ୍ଞାପନ ମେଢ଼ ରାଜ୍ୟର ସାଂସ୍କୃତିକ ଏବଂ ଧାର୍ମିକ ପର୍ଯ୍ୟଟନକୁ ପ୍ରତିବିମ୍ବିତ କରୁଛି।

ଆଗାମୀ ୨୦୨୧ ଜାନୁଆରି ୨୬ ତାରିଖ ଦିନ ଭାରତ ତା’ର ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରିବ।

Leave A Reply

Your email address will not be published.

three + 1 =

error: Content is protected !!
Open chat