ସାରା ବିଶ୍ଵରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କୋଟିଏ ଟପିଲା, ୫ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ

0 185
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୨୮/୦୬: ସାରା ବିଶ୍ଵରେ କୋଟିଏ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଶ୍ଵବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୮୧ ହଜାର ପାର କରିଛି । ସାରା ବିଶ୍ଵରେ ଆତଙ୍କ ଖେଳାଇ ଚାଲିଛି କରୋନା ମହାମାରୀ । ୫ ଲକ୍ଷରୁ ଅଧିକ ଜୀବନ ନେଇ ସାରିଲାଣି କୋଭିଡ୍-୧୯ । ସେହିପରି ସଂକ୍ରମଣରୁ ସୁସ୍ଥ ହେଲେଣି ୫୪ ଲକ୍ଷ ୫୮ ହଜାରରୁ ଅଧିକ ଲୋକ ସୁସ୍ଥ ହେଲେଣି । ଏବେବି ୪୦ ଲକ୍ଷରୁ ଅଧିକ ଆକ୍ଟିଭ କେସ୍ ରହିଛି ।

ଆମେରିକାରେ ସର୍ବାଧିକ ୨୬ ଲକ୍ଷ ଆକ୍ରାନ୍ତ ହେବା ସହ ପାଖାପାଖି ଲକ୍ଷେ ୨୮ ହଜାର ମୃତ୍ୟୁମୁଖରେ ପଡ଼ିଛନ୍ତି । ଏହା ରହିଛି ବ୍ରାଜିଲ, ଋଷ ଓ ଭାରତ । ତାଲିକାର ଦ୍ବିତୀୟରେ ଥିବା ବ୍ରାଜିଲ୍ ରେ ମୋଟ୍ ୧୩ ଲକ୍ଷ ୧୫ ହଜାର ସଂକ୍ରମିତ ହୋଇଛନ୍ତି । ସେହିପରି ବ୍ରାଜିଲରେ ୫୭ ହଜାରରୁ ଅଧିକ ଜଣଙ୍କର ମୃତ୍ୟୁ ଘଟିସାରିଛି । ସଂକ୍ରମଣ ସଂଖ୍ୟା ଦୃଷ୍ଟିରୁ ତୃତୀୟରେ ଥିବା ଋଷରେ ୬ ଲକ୍ଷ ୨୭ ହଜାରରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ପ୍ରାୟ ୯ ହଜାର ଜଣଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.

thirteen + 4 =

error: Content is protected !!
Open chat