
ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୮-୦୯-୨୦ :ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍। ଭୁବନେଶ୍ବର ୟୁନିଟ୍ ସ୍ଥିତ ସରକାରୀ ବାସଭବନରେ ରୋଡ୍ ଚାଲିଥିବା ସୂଚନା ମିଳିଛି। ସି- ସୋର ଲିଙ୍କ ଅଭିଯୋଗରେ ସିବିଆଇ ତାଙ୍କ ଘରେ ଚଢ଼ଉ କରିଥିବା ଜଣାପଡିଛି।


ଏଥି ସହିତ ତାଙ୍କ ଆଠଗଡ଼ ସ୍ଥିତ ନିଜସ୍ବ ଘର ଏବଂ ପଟିଆରେ ଥିବା ତାଙ୍କ ଭାଇଙ୍କ ଘରେ ସିବିଆଇର ଟିମ୍ ଚଢ଼ଉ କରିଥିବା ସୂଚନା ମିଳିଛି।କିଛି ଦିନର ଅନ୍ତରାଳ ପରେ ପୁଣି ଥରେ ସିବିଆଇର ବିଭିନ୍ନ ସ୍ଥାନରେ ରେଡ୍ ଜାରି ରହିଛି । ସି-ସୋର ଚିଟଫଣ୍ଡ ମାମଲାରେ ଲିଙ୍କ୍ ନେଇ ଦେବୀ ମିଶ୍ରଙ୍କ ଭୁବନେଶ୍ୱର ୟୁନିଟ-୧ ସ୍ଥିତ ଘର ସହ ମୋଟ ୭ଟି ସ୍ଥାନରେ ସିବିଆଇ ଚଢାଉ କରିଛି। ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ।