ସୀମାରେ ଟି-୯୦ ଭୀଷ୍ମ ଟ୍ୟାଙ୍କ ମୁତୟନ, ଚୀନକୁ ଏବେ ଅସ୍ତ୍ର ମାଧ୍ୟମରେ ଜବାବ ଦେବ ଭାରତ।

0 191
greentech

(କଳିଙ୍ଗ ଜ୍ୟୋତି ବ୍ୟୁରୋ) ସୀମାନ୍ତ ଅଞ୍ଚଳରେ ଶତ୍ରୁର ସମସ୍ତ ଯୋଜନାକୁ ରଣନୈତିକ ଏବଂ ସାମରିକ ସ୍ତରରେ ମାତ ଦେବାକୁ ପ୍ରସ୍ତୁତ ହୋଇଉଠିଛି ଭାରତୀୟ ସେନା । ଉଭୟ ଦେଶର ସୀମାକୁ ପରସ୍ପର ଠାରୁ ଅଲଗା କରୁଥିବା ପ୍ରକୃତ ନିୟନ୍ତ୍ରଣ ସୀମାରେଖା – ଏଲଏସି ( Line of Actual Conmtrol-LAC) ଅଞ୍ଚଳରେ ଡ୍ରାଗନ ଆର୍ମି ସାମରିକ ଗତିବିଧିକୁ ବଢାଇବା ପରେ ଏହାର ଜବାବବ ଦେବାକୁ ସତର୍କ ହୋଇଉଠିଛି ଭାରତ । ପୂର୍ବ ଲଦାଖର ଗଲୱାନ ଉପତ୍ୟାକାରେ ହୋଇଥିବା ସାମରିକ ସଂଘର୍ଷ ପରେ ଏବେ ଚୀନର ସମସ୍ତ ଗତିବିଧି ଉପରେ ନଜର ରଖିଛି ନଜର ।

USARIEM


ଏହି କ୍ରମରେ ଲଦାଖରେ ସ୍ଥଳସେନାର ଅନ୍ୟତମ ଘାତକ ହତିଆର T-90 ଭୀଷ୍ମ ଟ୍ୟାଙ୍କ ନିୟୋଜିତ କରାଯାଇଛି । ଏବେ ଚୀନ ସେନାକୁ ଅସ୍ତ୍ରଶସ୍ତ୍ରରେ ଜବାବ ଦେବାକୁ ଭାରତୀୟ ସେନାକୁ ଅନୁମତି ମିଳିସାରିଛି । ଲଦାଖରେ T-90 ଟ୍ୟାଙ୍କର ନିୟୋଜନ କରି ଚୀନକୁ ଏବେ ଅସ୍ତ୍ର ମାଧ୍ୟମରେ ଜବାବ ଦେଇଛି ଭାରତ । ପୂର୍ବ ଲଦାଖରେ ଟି -90 ନିୟୋଜନ ସେନାର ଆଗୁଆ ପ୍ରସ୍ତୁତିକୁ ଚିହ୍ନିତ କରିଛି । ଗତ ମେ ମାସରେ ଚୀନ ସହିତ ତିକ୍ତତା ବୃଦ୍ଧି ପାଇବାରେ ଲାଗିଥିଲା । ଚୀନ ଅସ୍ତ୍ରଶସ୍ତ୍ର ବୋଝେଇ ସାମରିକ ଯାନ ନେଇ ଏଠାକୁ ଆସିଥିଲ । ଚୀନ ନିକଟରେ T-95 ଟ୍ୟାଙ୍କ ରହିଛି, ଯାହା T-90 ଟ୍ୟାଙ୍କରୁ ଅଧିକ ନୁହେଁ ଏହା ସମାନ କିମ୍ବା କମ । ଯଦି ଚୀନ୍ ଆକ୍ରମଣାତ୍ମକ ଆକ୍ରମଣ କରେ, T-90 ଟ୍ୟାଙ୍କ ହେଉଛି ବଡ ଉତ୍ତର।

ଭାରତର ବାହୁବଳୀ କୁହାଯାଉଥିହା ଏହି ଟ୍ୟାଙ୍କ ଏଲଏସି ଅଞ୍ଚଳରେ ଚଳିତ ଜୁନରୁ ଅସ୍ଥାନ ଜମାଇଛି । ସୀମାରେ ଚୀନର କୌଣସି ପ୍ରକାର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଭାରତ ପକ୍ଷରୁ କୁହାଯାଇଛି । ସୀମାରେ ଭାରତର ସ୍ଥିତି ମଜବୁତ ହେବା ପରେ ଚୀନକୁ ଏବେ ଅନୁପ୍ରବେଶ କରିଥିବା କ୍ଷେତ୍ରରୁ ପଛକୁ ହଟିବାକୁ ପଡିବ।

Leave A Reply

Your email address will not be published.

fifteen + 5 =

error: Content is protected !!
Open chat