ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ହିନ୍ଦୁ ମହିଳା ବାପାଙ୍କ ପରିବାରକୁ ଦେଇ ପାରିବେ ନିଜର ସମ୍ପତ୍ତି

0 417
greentech

ନୂଆଦିଲ୍ଲୀ,୨୪।୨: ଦେଶର ସର୍ବୋଚ୍ଚ ଅଦାଲତଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। କୋର୍ଟଙ୍କର ଏହି ନିଷ୍ପତ୍ତି ଅନୁସାରେ, ଜଣେ ହିନ୍ଦୁ ବିବାହିତା ମହିଳା ତାଙ୍କର ସମ୍ପତ୍ତିର ଉତ୍ତରାଧିକାରୀ ଭାବରେ ନିଜ ବାପାଙ୍କ ଘରର ଲୋକଙ୍କୁ ରଖିପାରିବେ। ସୁପ୍ରିମକୋର୍ଟ ନିଜର ନିଷ୍ପତ୍ତିରେ ଏହି ବ୍ୟବସ୍ଥା କେବଳ ହିନ୍ଦୁ ମହିଳାଙ୍କୁ  ନେଇ ରହିଛି ବୋଲି କହିଛନ୍ତି। ଏହା ଅନୁସାରେ, ମହିଳାଙ୍କ ବାପଘର ଲୋକଙ୍କୁ ତାଙ୍କର ପରିବାର ବାହାରେ ବୋଲି କହିହେବନି। ହିନ୍ଦୁ ଉତ୍ତରାଧିକାରୀ ଆଇନର ଧାରା ୧୫.୧ ଡି ପରିସରରେ ଆସିବ ଓ ସମ୍ପତ୍ତିର ଉତ୍ତରାଧିକାରୀ ହେବେ।

ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଜଷ୍ଟିସ୍ ଅଶୋକ ଭୂଷଣ ଓ ଜଷ୍ଟିସ୍ ଆର. ସୁଭାଷ ରେଡ୍ଡୀଙ୍କ ଖଣ୍ଡପୀଠ ନେଇଛନ୍ତି। ହାଇକୋର୍ଟ ଓ ନିମ୍ନ ଅଦାଲତଙ୍କ ନିଷ୍ପତ୍ତିକୁ  ସୁପ୍ରିମକୋର୍ଟ ଠିକ୍ ବୋଲି କହିଛନ୍ତି। ପ୍ରକୃତ ମାମଲାଟି ହେଲା, ଜଗ୍ନୋନାମୀ ଜଣେ ମହିଳାଙ୍କ ସ୍ବାମୀଙ୍କର ମୃତ୍ୟୁ ୧୯୫୩ରେ ହୋଇଯାଇଥିଲା। ତାଙ୍କର କେହି ସନ୍ତାନ ନାହାନ୍ତି। ତେଣୁ କୃଷି ସମ୍ପତ୍ତିର ଅଧା ଭାଗ ତାଙ୍କ ପତ୍ନୀଙ୍କୁ ମିଳିଥିଲା। ଉତ୍ତରାଧିକାରୀ ଆଇନ୍ ୧୯୫୬ ହେବାପରେ ଧାରା ୧୪ ଅନୁସାରେ, ସ୍ବାମୀଙ୍କ ପରେ ସ୍ତ୍ରୀ ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ। ଏହାପରେ ଜଗ୍ନୋ ଏହି ସମ୍ପତ୍ତି ପାଇଁ ଏକ ଏଗ୍ରୀମେଣ୍ଟ କରିଥିଲେ ଓ ସମ୍ପତ୍ତି ସବୁ ତାଙ୍କ ଭାଙ୍କ ପୁଅ ନାଁରେ କରିଦେଇଥିଲେ। ଏହାପରେ ତାଙ୍କ ଭାଇଙ୍କ ପୁଅ ୧୯୯୧ ରେ ସିଭିଲ କୋର୍ଟରେ ଆବେଦନ କରିଥିଲେ ଯେ, ତାଙ୍କୁ ସମ୍ପତ୍ତିର ମାଲିକାନା ତାଙ୍କ ପକ୍ଷରେ ଘୋଷଣା କରାଯାଉ। ଜଗ୍ନୋ ଏହାକୁ ପ୍ରତିବାଦ କରିନଥିଲେ, ବଂର ନିଜର ସମର୍ଥନ ଦେଇଥିଲେ। କୋର୍ଟ ସମ୍ପତ୍ତିର ମାଲିକାନାକୁ ମଞ୍ଜୁରୀ ପ୍ରଦାନ କରିବା ସହ ଜଗ୍ନୋଙ୍କ ଭାଇ ପୁଅଙ୍କୁ ନାମରେ କରିଥିଲେ। ସମ୍ପତ୍ତିର ଏହି ସ୍ଥାନାନ୍ତରଣକୁ କିନ୍ତୁ ଜଗ୍ନୋଙ୍କ ଦିଅରମାନେ ବିରୋଧ କରିଥିଲେ। ହରିୟାଣା କୋର୍ଟ ମହିଳାଙ୍କ ଦିଅର ଓ ତାଙ୍କର ପିଲାଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ଖାରଜ୍ କରିଥିଲେ। 

ଏହି ମାମଲା ଗୁଡଗାଓଁର ବାଜିପୁତର ତହସିଲ ଅନ୍ତର୍ଗତ ଗଢି ଗାଁରେ ଦେଖିବାକୁ ମିଳିଛି। ମହିଳାଙ୍କ ଶାଶୁଘର ଲୋକ କହିଥିଲେ ହିନ୍ଦୁ ବିଧବା ନିଜ ବାପାଙ୍କ ପରିବାରର ନୁହନ୍ତି। ତେଣୁ ତାଙ୍କ ବାପାଙ୍କ ପିଲାଙ୍କ ନାମରେ ସମ୍ପତ୍ତି ହେବନି। ପାରିବାରିକ ସେଟଲମେଣ୍ଟ ତାଙ୍କ ସହିତ କରାଯାଏ, ଯେଉଁମାନଙ୍କର ସମ୍ପତ୍ତିରେ ଅଧିକାର ରହିଛି। ତେବେ ହାଇକୋର୍ଟ ମଧ୍ୟ ତାଙ୍କର ଆବେଦନକୁ ଖାରଜ୍ କରିଥିଲେ। ଏହାପରେ ସେମାନେ ସୁପ୍ରିମକୋର୍ଟ ଆସିଥିଲେ। ସୁପ୍ରିମକୋର୍ଟ ବିଭିନ୍ନ ପୂର୍ବତନ ନିଷ୍ପତ୍ତିକୁ ଆଲୋଚନା କରି ହାଇକୋର୍ଟ ଓ ନିମ୍ନ ଅଦାଲତଙ୍କ ରାୟକୁ ବଳବତ୍ତର ରଖିଥିଲେ। କୋର୍ଟ କହିଥିଲେ ପରିବାରକୁ ସୀମିତ ନୁହେଁ ବଂର ବ୍ୟାପକ ଭାବରେ ନେବା ଉଚିତ। ପରିବାରରେ କେବଳ ନିକଟତମ ସମ୍ପର୍କୀୟ କିମ୍ବା ଉତ୍ତରାଧିକାରୀ ନୁହେଁ ବଂର ସେହି ଲୋକ ମଧ୍ୟ ଆସନ୍ତି ଯେଉଁମାନଙ୍କର ଅଳ୍ପ ଟିକେ ବି ମାଲିକାନାର ଅଧିକାର ରହିଛି ସେମାନେ ଦାବି କରିପାରିବେ।ଏହା ସହିତ ମହିଳାଙ୍କ ଭାଇଙ୍କର ପୁଅ ଉତ୍ତରାଧିକାରୀ ହୋଇପାରିବେ ବୋଲି ସୁପ୍ରିମକୋର୍ଟ କହିଥିଲେ।

Leave A Reply

Your email address will not be published.

16 + seventeen =

error: Content is protected !!
Open chat