ସେପ୍ଟେମ୍ବର ୧ ତାରିଖ ଠାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ

0 397
greentech

ଭୁବନେଶ୍ୱର ୧୬/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଆସନ୍ତା ସେପ୍ଟେମ୍ବର ୧ ତାରିଖ ଠାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ମୌସୁମୀ ଅଧିବେଶନ ସେପ୍ଟେମ୍ବର ୯ ତାରିଖ ଯାଏଁ ଜାରି ରହିବ। ଏହି ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିବ।

ଷୋଡ଼ଶ ବିଧାନସଭାର ସପ୍ତମ ଅଧିବେଶନ ଆରମ୍ଭ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ୯ ଦିନରୁ ୮ ଦିନ କାର୍ଯ୍ୟଦିବସ ରହିବ। ୮ ଦିନରୁ ୭ ଦିନ ଅଫିସିଆଲ ବିଜନେସ ପାଇଁ ନିଘଣ୍ଟ ହୋଇଥିବା ବେଳେ ଗୋଟିଏ ଦିନ ଅଥାର୍ତ ୩ ସେପ୍ଟେଟର ପ୍ରାଇଭେଟ ମେମ୍ବର୍ସ ବିଜନେସ ପାଇଁ ଧାର୍ଯ୍ୟ ହୋଇଛି।

ଚଳିତ ମୌସୁମୀ ଅଧିବେଶନରେ ଅନେକ ଗୁଡ଼ିଏ ବିଲ୍‌ ଗୃହରେ ପାରିତ ହୋଇପାରେ। ତେବେ ଗୃହକୁ ସ୍ୱାଭାବିକ ଭାବେ ଚଳାଇବା ବାଚସ୍ପତିଙ୍କ ପାଇଁ ଚ୍ୟାଲେଞ୍ଜିଂ ହୋଇପାରେ। ବିରୋଧୀ ମାନେ ବିଭିନ୍ନ ପ୍ରସଙ୍ଗ ନେଇ ଶାସକ ଦଳକୁ ଗୃହରେ ଅଡୁଆରେ ପକାଇ ପାରନ୍ତି। ତେଣୁ ଶାସକ ଦଳର କଣ ରଣନୀତି ରହିବ ତାହା ଉପରେ ସମସ୍ତଙ୍କର ନଜର।

Leave A Reply

Your email address will not be published.

5 × two =

error: Content is protected !!
Open chat