ସ୍ୱର୍ଗଦ୍ୱାରରେ ଶବଦାହ ଉପରେ କଟକଣା: ପୁରୀ ବାହାର ଜିଲ୍ଲାରୁ ଶବ ଆସିଲେ ଦେବାକୁ ପଡ଼ିବ କରୋନାର ନେଗେଟିଭ୍ ସାର୍ଟିଫିକେଟ

0 421
greentech

ପୁରୀ: ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ପୁରୀରୁ ଆସିଲା ବଡ଼ ଖବର। କରୋନା ସମୟରେ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହକୁ ନେଇ ପ୍ରଶାସନର ନେଲା ବଡ଼ ନିଷ୍ପତ୍ତି। କୋଭିଡ୍ କାଳରେ ସ୍ୱର୍ଗଦ୍ୱାରରେ ଶବଦାହ ଉପରେ ଲଗାଯାଇଛି କଟକଣା। ବିଶେଷ କରି ପୁରୀ ବାହାର ଜିଲ୍ଲା ଓ ରାଜ୍ୟର ଶବ ଆସିଲେ କରୋନାର ନେଗେଟିଭ୍ ସାର୍ଟିଫିକେଟ ଦେବାକୁ ପଡ଼ିବ। ଏହା ସହିତ ଜିଲ୍ଲା ବାହାର ବ୍ୟକ୍ତିଙ୍କୁ ସ୍ୱର୍ଗଦ୍ୱାର ମନା କରାଯାଇଛି। ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ବଢୁଥିବା ସମୟରେ,ଏପରି ଏକ ନିଷ୍ପତ୍ତି ନେଇଛି ପୁରୀ ଜିଲ୍ଲା ପ୍ରଶାସନ।
ଏହାପୂର୍ବରୁ ମଧ୍ୟ ଯେତେବେଳେ କୋଭିଡର ପ୍ରଥମ ଲହର ଦେଖାଦେଇଥିଲା, ସେ ସମୟରେ ବାହାର ଜିଲ୍ଲା ଓ ରାଜ୍ୟର ଲୋକଙ୍କୁ ପୁରୀ ସ୍ୱର୍ଗଦ୍ୱାର ମନା ହୋଇଥିଲା। ପୁରୀରେ ଅନ୍ୟ ଜିଲ୍ଲାର ଲୋକଙ୍କ ଶବଦାହ ହେଲେ କୋଭିଡ୍ ବ୍ୟାପିବାର ଭୟ ରହୁଛି, ଯାହାକୁ ଆଖି ଆଗରେ ରଖି ପୁରୀ ଜିଲ୍ଲା ପ୍ରଶାସନ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।

Leave A Reply

Your email address will not be published.

two × three =

error: Content is protected !!
Open chat