ହିମାଚଳ ପ୍ରଦେଶର କାଙ୍ଗଡା ଫୋର୍ଟ ଠାରେ ‘ଆନ୍ତର୍ଜାତିକ ଯୋଗ ଦିବସ’ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0 502
greentech

ଶାରିରୀକ ଓ ମାନସିକ ଶାନ୍ତି ପାଇଁ ଯୋଗ ଏକ ବୈଜ୍ଞାନିକ ପ୍ରୟୋଗ- ଧର୍ମେନ୍ଦ୍ର ପ୍ରଧାନ
 
•    ଚାପଗ୍ରସ୍ତ ଦୁନିଆରେ ଯୋଗର ମହତ୍ତ୍ୱ ବେଶ୍ ପ୍ରାସଙ୍ଗିକତା ହୋଇଛି
•    ଯୋଗ ଏକ କାର୍ଯ୍ୟକ୍ରମ ନୁହେଁ ବରଂ ଜୀବନ ପଦ୍ଧତି
•    ଛାତ୍ରଛାତ୍ରୀମାନେ ପିଲା ବେଳୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଯୋଗ ବିଷୟରେ ଅଧ୍ୟୟନ ଓ ଗବେଷଣା କରିବା ଜରୁରୀ
•    ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଯୋଗ ପ୍ରମୁଖ ଭୂମିକା ଗ୍ରହଣ କରିବ  
•    ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ପ୍ରଧାନମନ୍ତ୍ରୀଙ୍କ ଯୋଗ ଦିବସର ସିଧାପ୍ରସାରଣ ଦେଖିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର / କାଙ୍ଗଡା ଫୋର୍ଟ, ହିମାଚଳ ପ୍ରଦେଶ, ଜୁନ ୨୧ : ଯୋଗ କେବଳ ଏକ ଶାରିରୀକ ବ୍ୟାୟମ ନୁହେଁ ବରଂ ଶରୀରକୁ ନୂଆ ଉର୍ଜା ଦେଇଥାଏ । କରୋନା ସମୟରେ ବିଶ୍ୱ ସମୁଦାୟକୁ ଯୋଗ ହିଁ ପ୍ରତିଷେଧମୂଳକ ସଦୃଶ ମେଡ଼ିସିନ୍ ହୋଇଥିଲା । ସାମ୍ପ୍ରତିକ ଚାପଗ୍ରସ୍ତ ଦୁନିଆରେ ଯୋଗର ମହତ୍ୱ ବେଶ୍ ପ୍ରାସଙ୍ଗିକତା ହୋଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆଜି, ମଙ୍ଗଳବାର ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ହିମାଚଳ ପ୍ରଦେଶର କାଙ୍ଗଡା ଫୋର୍ଟ ଠାରେ ଆୟୋଜିତ ‘ଯୋଗାଭ୍ୟାସ କାର୍ଯ୍ୟକ୍ରମ’ରେ ସାମିଲ ହେବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । ଏହି ସ୍ଥାନରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗ ଦିବସର ସିଧାପ୍ରସାରଣ କାର୍ଯ୍ୟକ୍ରମକୁ ଦେଖିଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୨୧ ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବରେ ପାଳନ କରିବା ପାଇଁ ଆମେରିକାର ମିଳିତ ଜାତିସଂଘ ସାଧାରଣ ପରିଷଦ ନିକଟରେ ଅପିଲ୍ କରିଥିଲେ । ଏହାକୁ ବିଶ୍ୱର ଅନେକ ଦେଶ ସମର୍ଥନ ଦେଇଥିବାରୁ ଆଜି ସାରା ବିଶ୍ୱରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଉଛି । ଚଳିତବର୍ଷ ‘ମାନବତା ପାଇଁ ଯୋଗ’ ଥିମକୁ ଲୋକପ୍ରିୟ କରିଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛଛନ୍ତି ।  

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଜୀବନରେ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ଯୋଗ ଏକ ବୈଜ୍ଞାନିକ ପ୍ରୟୋଗ । ଭାରତର ପ୍ରାଚୀନ ସଂସ୍କୃତିରୁ ଆସିଥିବା ଏହି ଯୋଗ ପରମ୍ପରାକୁ ବିଶ୍ୱ ବ୍ୟବସ୍ଥିତ ଭାବରେ ଆପଣାଇଛି । ଆଜି ସୂର୍ଯ୍ୟ ଉଦୟ ହୋଇଥିବା ପ୍ରଥମ ସ୍ଥାନ ଠାରୁ ସୂର୍ଯ୍ୟ ଅସ୍ତ ହେଉଥିବା ଅନ୍ତିମ ସ୍ଥାନରେ ଯୋଗ ଦିବସ ପାଳନ କରାଯାଉଛି । ଆମେ ‘ସମସ୍ତେ ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଥିବା ବେଳେ ଭାରତର ପ୍ରାଚୀନ ସଭ୍ୟତାକୁ ଦୁନିଆ ସାମ୍ନାରେ ବୈଭବତାକୁ ଆଣିବା ପାଇଁ ହିମାଚଳ ପ୍ରଦେଶର ଅଧିବାସୀ ସମେତ ଦେଶବାସୀ ଏକାଠୀ ହୋଇଛନ୍ତି । ବିଶ୍ୱର ଏହି ଯୋଗ ରିଙ୍ଗରେ କାଙ୍ଗଡ଼ା ଫୋର୍ଟ ବି ସାମିଲ ହୋଇଛି । କାଙ୍ଗଡ଼ା ଫୋର୍ଟରୁ ଭାରତର ପରମ୍ପରା, ବୀରତ୍ୱ ଓ ସଂସ୍କୃତିର ଗଭୀରତାକୁ ପ୍ରଦର୍ଶନ କରିବା ପାଇଁ ଯୋଗଭ୍ୟାସରେ ସାମିଲ ହେବା ଖୁସିର ବିଷୟ ।

ହିମାଚଳ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଯୋଗକୁ ନିଜ ପାଠ୍ୟକ୍ରମରେ ସାମିଲ କରୁଥିବା ଜାଣି ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଯୋଗ ଏକ କାର୍ଯ୍ୟକ୍ରମ ନୁହେଁ ବରଂ ଜୀବନ ପଦ୍ଧତି । ଏହା ସେତେବେଳେ ପ୍ରମାଣିତ ହେବ, ଯେତେବେଳେ ଯୋଗ ବିଷୟରେ ଛାତ୍ରଛାତ୍ରୀମାନେ ପିଲା ବେଳୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଯୋଗ ବିଷୟରେ ଚର୍ଚ୍ଚା, ଅଧ୍ୟୟନ ସହ ଗବେଷଣା କରିବେ । ଏହାକୁ ଦୃଷ୍ଟିରେ ରଖି ଦୀର୍ଘ 34 ବର୍ଷ ପରେ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ଶିକ୍ଷା ନୀତି-2020(ଏନଇପି) ପ୍ରଣୟନ କରାଯାଇଛି । ଯୋଗ ଏନଇପିରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏନଇପି ଅନୁସାରେ ବାଲବାଟିକା ଠାରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଯୋଗକୁ ପାଠ୍ୟକ୍ରମର ଏକ ଅଂଶ କରାଯିବ । କ୍ରେଡ଼ିଟ୍ ଫ୍ରେମଓ୍ୱାର୍କ ଆଧାରରେ ଛାତ୍ରଛାତ୍ରୀଙ୍କ ଯୋଗ ଶିକ୍ଷାକୁ ନେଇ ମୂଲ୍ୟାଙ୍କନ କରାଯିବ, ଯାହା ପିଲାଙ୍କ ଭବିଷ୍ୟତରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.

four × one =

error: Content is protected !!
Open chat