ହେପାଟାଇଟିସ୍ ଔଷଧରେ ହୋଇପାରିବ କରୋନା ସଂକ୍ରମିତଙ୍କ ଚିକିତ୍ସା, ଡିସିଜିଆଇଙ୍କୁ ଅନୁମତି ମାଗିଲେ ଜାଇଡସ୍ କାଡିଲା

0 434
greentech

ନୂଆଦିଲ୍ଲୀ: ଔଷଧ କମ୍ପାନି ଜାଇଡସ୍ କାଡିଲା ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ)କୁ ହେପାଟାଇଟିସ୍ ଔଷଧ ପେଗିଲେଟେଡ ଇଣ୍ଟରଫେରାନ୍ ଓଲ୍ଫା -୨ବି ର ବ୍ୟବହାର କରୋନା ସଂକ୍ରମିତଙ୍କଠାରେ ବ୍ୟବହାର କରିବାକୁ ଅନୁମତି ମାଗିଛି । ସୋମବାର ଦିନ ଜାଇଡସ୍ କାଡିଲା ପକ୍ଷରୁ କୁହାଯାଇଛି କି, ପେଗିଲେଟେଡ ଇଣ୍ଟରଫେରାନ୍ ଓଲ୍ଫା -୨ ବିର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ଏହି ଔଷଧ କୋଭିଡ ସଂକ୍ରମିତଙ୍କ ଚିକିତ୍ସା କ୍ଷେତ୍ରରେ ଉତ୍ସାହଜନକ ସୁଫଳ ମିଳିଛି ।

କମ୍ପାନି ଏହି ଔଷଧକୁ ‘ପେଗିହେପ’ ନାମରେ ବଜାରରେ ବିକ୍ରି କରୁଛି । କମ୍ପାନି ପକ୍ଷରୁ କୁହାଯାଇଛି କି, କରୋନା ସଂକ୍ରମିତଙ୍କଠାରେ ଏହାର ବ୍ୟବହାର ପରେ କରୋନା ସଂକ୍ରମିତ ଶୀଘ୍ର ସୁସ୍ଥ ହେଉଥିବା ଦାବି କରିଛି କମ୍ପାନି । ଅନ୍ୟପଟେ ଔଷଧ ସେବନ ପରେ ରୋଗୀଙ୍କ ଦେହରେ କୌଣସି ପାଶ୍ୱର୍ପ୍ରତିକ୍ରିୟା ଦେଖା ଯାଉନାହିଁ ବୋଲି ମଧ୍ୟ କମ୍ପାନି ଦାବି କରିଛି । ତେବେ କମ୍ପାନିର ଦାବି ପରେ ଭାରତରେ ଏହାର ବ୍ୟବହାର ପାଇଁ ଅନୁମତି ମିଳିପାରେ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.

eighteen + 12 =

error: Content is protected !!
Open chat