୧୦ମ ଇଂରାଜୀ ପ୍ରଶ୍ନପତ୍ରରେ ଭୁଲ ଥିବା ସ୍ୱୀକାର କଲେ ସିବିଏସ୍‌ଇ କର୍ତ୍ତୃପକ୍ଷ; ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ପୂର୍ଣ୍ଣ ନମ୍ବର

0 502
greentech

ନୂଆଦିଲ୍ଲୀ ୧୩/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଗତ ଡିସେମ୍ବର ୧୧ ତାରିଖରେ ସିବିଏସ୍‌ଇର ୧୦ମ ଶ୍ରେଣୀ ପାଇଁ ହୋଇଥିବା ଇଂରାଜୀ ଭାଷା ଓ ସାହିତ୍ୟ ପରୀକ୍ଷା ପ୍ରଶ୍ନପତ୍ରରେ ଗୋଟିଏ ପ୍ରଶ୍ନ ସିଲାବସ୍‌ ଓ ଧାର୍ଯ୍ୟ ଗାଇଡ୍‌ଲାଇନ୍‌ ବାହାରୁ ରହି ଯାଇଥିଲା ବୋଲି ସିବିଏସ୍‌ଇ କର୍ତ୍ତୃପକ୍ଷ ସୋମବାର ସ୍ୱୀକାର କରିଛନ୍ତି। ଏଥିସହ ସିବିଏସ୍‌ଇ କର୍ତ୍ତୃପକ୍ଷ ଏହି ସିଲାବସ୍‌ ଓ ଗାଇଡ୍‌ଲାଇନ୍‌ ବାହାରର ପ୍ରଶ୍ନଟିକୁ ପ୍ରଶ୍ନପତ୍ରରୁ ପ୍ରତ୍ୟାହାର କରି ନେଇଥିବା ଘୋଷଣା କରିବା ସହ ଯେଉଁ ଛାତ୍ରଛାତ୍ରୀମାନେ ଭୁଲ୍‌ ପ୍ରଶ୍ନପତ୍ର ଆଧାରରେ ପରୀକ୍ଷା ଦେଇଛନ୍ତି ସେମାନଙ୍କୁ ଏଇ ପ୍ରଶ୍ନ ପାଇଁ ରହିଥିବା ପୂର୍ଣ୍ଣ ନମ୍ବର ପ୍ରଦାନ କରାଯିବ ବୋଲି ଘୋଷଣା କରିଛି।

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୧୧ ତାରିଖରେ ସିବିଏସ୍‌ଇର ୧୦ମ ଶ୍ରେଣୀ ପାଇଁ ହୋଇଥିବା ଇଂରାଜୀ ଭାଷା ଓ ସାହିତ୍ୟ ପରୀକ୍ଷା ପ୍ରଶ୍ନପତ୍ରରେ ଗୋଟିଏ ପ୍ରଶ୍ନ ସିଲାବସ୍‌ ଓ ଧାର୍ଯ୍ୟ ଗାଇଡ୍‌ଲାଇନ୍‌ ବାହାରୁ ରହି ଯାଇଥିବା ଜଣାପଡ଼ିବା ପରେ ଏହାକୁ କେନ୍ଦ୍ର କରି ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏନେଇ ସିବିଏସ୍‌ଇ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ଆଜି ଏହି ଘୋଷଣା କରିଛନ୍ତି ସିବିଏସ୍‌ଇ କର୍ତ୍ତୃପକ୍ଷ।

Leave A Reply

Your email address will not be published.

twelve + 18 =

error: Content is protected !!
Open chat