୧୫ତମ ଭାରତ-ୟୁ‌ରୋପୀୟ ସଂଘର ଭର୍ଚୁଆଲ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ : ବିଶ୍ୱ ଶାନ୍ତି ଓ ସ୍ଥିରତା ରକ୍ଷା ପାଇଁ କରିବାରେ ଭାରତ ଓ ୟୁରୋପୀୟ ସଂଘର ସହଭାଗିତା ଗୁରୁତ୍ବପୂର୍ଣ୍ଣ

0 271
greentech

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୭ : ୧୫ତମ ଭାରତ-ୟୁ‌ରୋପୀୟ ସଂଘର ଭର୍ଚୁଆଲ ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ବିଶ୍ୱରେ ଶାନ୍ତି ଓ ସ୍ଥିରତା ରକ୍ଷା କରିବାରେ ଭାରତ ଓ ୟୁରୋପୀୟ ସଂଘର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ। ବିଶ୍ୱରେ ଦେଖା ଦେଇଥିବା ଆହ୍ୱାନଗୁଡ଼ିକୁ ଉଭୟ ମିଳିତ ଭାବେ ମୁକାବିଲା କରିବାକୁ ମୋଦୀ ଆହ୍ୱାନ ଦେଇଛନ୍ତି। କୋଭିଡ ମୁକାବିଲା କରିବାରେ ୟୁରୋପୀୟ ସଂଘ ଏବଂ ଭାରତର ସହଭାଗିତା ‌ଗୁରୁତ୍ବପୂର୍ଣ୍ଣ। ବିଶ୍ୱ ଶାନ୍ତି ପାଇଁ ଭାରତ-ୟୁରୋପୀୟ ସଂଘର ସହଭାଗିତା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ବାରୋପ କରିଛନ୍ତି। ୟୁରୋପୀୟ ସଂଘ ଏବଂ ଭାରତ ମଧ୍ୟରେ ସମ୍ପର୍କ ବୃଦ୍ଧି ନେଇ ସେ ଅନବରତ ପ୍ରୟାସ କରି ଆସୁଛନ୍ତି। ଉଭୟ ଗଣତନ୍ତ୍ର, ବିବିଧତା, ସ୍ବଚ୍ଛତା, ବହୁମତବାଦ, ସ୍ବାଧୀନତାର ମୂଲ୍ୟକୁ ଭଲ ଭାବେ ବୁଝନ୍ତି। କୋଭିଡ ଭଳି ବର୍ତ୍ତମାନର ଆହ୍ବାନକୁ ଛାଡ଼ିଦେଲେ ପାଣିପାଗ ପରିବର୍ତ୍ତନ ଏବଂ ନବୀକରଣ ଯୋଗ୍ୟ ଶକ୍ତିର ବ୍ୟବହାର ଉଭୟ ୟୁରୋପୀୟ ସଂଘ ଏବଂ ଭାରତ ପାଇଁ ବଡ଼ ଆହ୍ୱାନ ବୋଲି ମୋଦୀ କହିଛନ୍ତି।

ୟୁରୋପୀୟ ସଂଘର ସଭାପତି ଚାର୍ଲସ ମାଇକେଲ ଏବଂ ୟୁରୋପୀୟ କମିସନର ଅଧ୍ୟକ୍ଷ ୟୁର୍ସୁଲା ଭନ୍‌ ଡେର୍‌ ଲେୟନ୍‌ ୟୁରୋପୀୟ ସଂଘର ନେତୃତ୍ବ ନେଇଥିଲେ। ସୂଚନାଯୋଗ୍ୟ, ଭାରତ-ୟୁରୋପୀୟ ସଂଘର ସମ୍ମିଳନୀ ଗତ ମାର୍ଚ୍ଚରେ ହେବାର ଥିଲା। ମାତ୍ର କୋଭିଡ ମହାମାରୀ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା।

Leave A Reply

Your email address will not be published.

sixteen − one =

error: Content is protected !!
Open chat