୩୨ଟି ଦେଶର ବୈଜ୍ଞାନିକଙ୍କ ଦାବି : ବାୟୁ ଦ୍ୱାରା ବ୍ୟାପୁଛି କରୋନା,WHO କୁ କଲେ ସତର୍କ

0 408
greentech

ନୂଆଦିଲ୍ଲୀ, ୦୬।୭:  ବାୟୁରେ ବ୍ୟାପୁଛି କରୋନା । ୩୨ଟି ଦେଶର ୨୩୯ ଜଣ ବୈଜ୍ଞାନିକ ଏପରି ସାଙ୍ଘାତିକ ତଥ୍ୟ ଦେଇଛନ୍ତି । ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଉପରେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି । ଏନେଇ ବୈଜ୍ଞାନିକାନେ ଓପନ ଲେଟର୍ ମଧ୍ୟ ଲେଖିଛନ୍ତି ।  ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟା ସଙ୍ଗଠନ ଗୁରୁତର ସହ ନେଉନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି ।

୨୩୯ଜଣ ବୈଜ୍ଞାନିକ ଦାବି କରିଛନ୍ତି ଯେ, ବାୟୁର ଛୋଟ କଣିକା ପାଇଁ ଲୋକମାନେ କରୋନା ସଂକ୍ରମିତ ହେଉଛନ୍ତି । ଏନେଇ ସେମାନଙ୍କୁ ପ୍ରମାଣ ମିଳିଛି । ଏହାସହ ସେମାନେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ବିଭିନ୍ନ ଗାଇଡଲାଇନରେ ସଂଶୋଧନ ପାଇଁ କହିଛନ୍ତି । ଏହାସହ ଏହି ପ୍ରସଙ୍ଗକୁ ଗୁରୁତର ସହ ନେବାକୁ ମଧ୍ୟ ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି । ଏହି ଓପନ୍ ଲେଟର୍ ଆସନ୍ତା ସପ୍ତାହରେ କୌଣସି ସାଇନ୍ସ ଜର୍ଣ୍ଣାଲରେ ପ୍ରକାଶ କରାଯିବା ନେଇ ଘୋଷଣା ହୋଇଛି ।

ତେବେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, କାଶିବା  ଓ ଛିଙ୍କିବା ପରେ ବାୟୁ ଦ୍ୱାରା ବିଭିନ୍ନ କଣିକା ଅନ୍ୟ ଲୋକଙ୍କ ଶରୀରକୁ ଯାଇ ସଂକ୍ରମିତ କରେ । ଏକ ନିର୍ଧାରିତ କୋଠରୀରେ ଏହା ସମସ୍ତଙ୍କୁ ସଂକ୍ରମିତ କରିବା ପାଇଁ ପର୍ଯ୍ୟାପ୍ତ ଅଟେ । ବନ୍ଦ କୋଠରୀରେ ଅଧିକ ସମୟ ଯାଏଁ ବାୟୁ ସ୍ଥିର ହୋଇ ରହିଥାଏ ଓ ଆଖପାଖ ଲୋକଙ୍କୁ ମଧ୍ୟ ସଂକ୍ରମିତ କରିପାରେ ।କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ଯେ, ଯେଉଁ ପ୍ରମାଣ ବୈଜ୍ଞାନିକମାନେ ଦେଇଛନ୍ତି ତାହା ପର୍ଯ୍ୟାପ୍ତ ନୁହେଁ । ଗତ ଦୁଇ ମାସରେ ଅନେକ ଥର ଏହି ରିପୋର୍ଟ ଉପରେ ବିଚାର କରାଯାଉଛି । କିନ୍ତୁ ପ୍ରମାଣ ହୋଇପାରିନାହି ।

Leave A Reply

Your email address will not be published.

five + two =

error: Content is protected !!
Open chat