୫୦ ପାଇଲଟଙ୍କ ଲାଇସେନ୍ସ ରଦ୍ଦ କଲା ପାକିସ୍ଥାନ

0 352
greentech

ପାକିସ୍ତାନର ସରକାର ଆନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନର ଆବଶ୍ୟକତା ଅନୁଯାୟୀ ଦେଶର ୮୬୦ଟି ବାଣିଜ୍ୟିକ ପାଇଲଟଙ୍କ ଲାଇସେନ୍ସ ସମୀକ୍ଷା କରିବା ପରେ ୫୦ ଜଣ ପାଇଲଟଙ୍କ ଲାଇସେନ୍ସ ବାତିଲ କରିବାକୁ ନିଷ୍ପତ୍ତି ନେଇଥିବା ଇସଲାମାବାଦ ହାଇକୋର୍ଟକୁ ସୂଚନା ଦେଇଛନ୍ତି। ସେହି ପାଇଲଟମାନେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ତଥା ଅନ୍ୟ ଘରୋଇ ଏବଂ ବିଦେଶୀ ବିମାନ ସେବା ପାଇଁ କାର୍ଯ୍ୟ କରୁଥିବା ସୂଚନା ମିଳିଛି। ପାଇଲଟ ସୟଦ ସାକଲେନ ହାଇଦରଙ୍କ ଆବେଦନକୁ ଦୃଷ୍ଟିରେ ରଖି ଅତିରିକ୍ତ ଆଟର୍ଣ୍ଣି ଜେନେରାଲ ତାରିକ ମେହମୁଦ ଖୋଖରଙ୍କ ଦ୍ୱାରା ଦାଖଲ ରିପୋର୍ଟରେ ଏହା କୁହାଯାଇଛି।

ଏହି ରିପୋର୍ଟରେ କୁହାଯାଇଛି ଯେ, ସେହି ପାଇଲଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଫେଡେରାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସିକୁ ଅନୁମତି ଦିଆଯାଇଛି। ଅନୈତିକ ଉପାୟରେ ପାଇଲଟ ଲାଇସେନ୍ସ ହାସଲ ଅଭିଯୋଗର ତଦନ୍ତ ପାଇଁ ଚଳିତ ବର୍ଷ ଜୁନ୍ ୨୬ରେ ୨୬୨ ଜଣ ପାଇଲଟଙ୍କ ଲାଇସେନ୍ସ ଅଚଳ କରାଯାଇଥିଲା।

Leave A Reply

Your email address will not be published.

3 × four =

error: Content is protected !!
Open chat