୫ ଦିନ ମଧ୍ୟରେ ଚୀନ୍ହ୍ୟାକର୍‌ମାନେ ଭାରତୀୟ ୱେବ୍‌ସାଇଟ୍‌ ଓ ବ୍ୟାଙ୍କିଙ୍ଗ୍‌ ସେକ୍ଟର୍‌ ଉପରେ ୪୦ ହଜାର ସାଇବର୍ ଆକ୍ରମଣ ଉଦ୍ୟମ କରିଛନ୍ତି

0 464
greentech

କଳିଙ୍ଗଜ୍ୟୋତି ମୁମ୍ବାଇ: ଗତ ପାଞ୍ଚ ଦିନ ମଧ୍ୟରେ ଚୀନ୍‌ସ୍ଥିତହ୍ୟାକର୍‌ମାନେ ଭାରତର ସୂଚନା ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମି ଏବଂ ବ୍ୟାଙ୍କିଙ୍ଗ୍‌ ସେକ୍ଟର୍‌ ଉପରେ ୪୦ ହଜାର ସାଇବର୍ ଆକ୍ରମଣ ଉଦ୍ୟମ କରିଥିବା କଥା ମଙ୍ଗଳବାର ଦିନ ମହାରାଷ୍ଟ୍ରର ଜଣେ ଶୀର୍ଷସ୍ତରୀୟ ପୁଲିସ ଅଧିକାରୀ କହିଛନ୍ତି।

ପୂର୍ବ ଲଦାଖରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ ସୀମା ଆରପାରିରୁ ଏଭଳି ଅନ୍‌ଲାଇନ୍‌ ଆକ୍ରମଣ ହଠାତ୍ ବୃଦ୍ଧି ପରିଲକ୍ଷିତ ହୋଇଥିବା କଥା ମହାରାଷ୍ଟ୍ର ପୁଲିସ ସାଇବର୍ ବିଭାଗର ଇନ୍‌ସ୍‌ପେକ୍ଟର୍ ଜେନେରାଲ ଯଶ୍ବସୀ ଯାଦବ କହିଛନ୍ତି।

ସେ କହିଛନ୍ତି, ରାଜ୍ୟ ପୁଲିସର ସାଇବର ଶାଖା ‘ମହାରାଷ୍ଟ୍ର ସାଇବର୍’ ଏହି ଆକ୍ରମଣ ଉଦ୍ୟମ ସଂକ୍ରାନ୍ତ ତଥ୍ୟ ଠୁଳ କରି ଜାଣିପାରିଛି ଯେ, ସେଥିରୁ ଅଧିକାଂଶ ଚୀନ୍‌ରଚେଙ୍ଗଡୁ ଅଞ୍ଚଳରୁ କରାଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି, ଆମ ସୂଚନା ମୁତାବକ, ଗତ ଚାରିପାଞ୍ଚ ଦିନ ମଧ୍ୟରେ ଭାରତୀୟ ସାଇବର୍‌ସ୍ପେସ୍ ସମ୍ବଳ ଉପରେ ଅନ୍ୟୂନ ୪୦, ୩୦୦ ଥର ସାଇବର ଆକ୍ରମଣ କରାଯାଇଛି। ସେବାରେ ବ୍ୟାହତ, ଇଣ୍ଟର୍‌ନେଟ୍ପ୍ରୋଟକଲ୍ହାଇଜାକ୍‌ ଏବଂ ଫିସିଙ୍ଗ୍‌ ହେଉଛି ଏହି ଆକ୍ରମଣ ଉଦ୍ଦେଶ୍ୟ।

ସତର୍କ କରାଇ ସେ କହିଛନ୍ତି, ଏହିଭଳି ଆକ୍ରମଣ ପ୍ରତି ଭାରତୀୟ ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀମାନ‌େ ଧ୍ୟାନ ଦେବା ଉଚିତ। ଏହାଛଡ଼ା ସେମାନେ ଶକ୍ତିଶାଳୀ ଫାୟାର୍‌ୱାଲ୍’ କରିବା ସହ ସାଇବର୍ ସିକ୍ୟୁରିଟି ଅଡିଟ୍ କରିବା ଉଚିତ।

Leave A Reply

Your email address will not be published.

sixteen − twelve =

error: Content is protected !!
Open chat