୬୪ ବର୍ଷିୟ ମୃତ ବୃଦ୍ଧ ପାଲଟିଲେ ‘ସୁପରସ୍ପ୍ରେଡର୍’ : ସଂସ୍ପର୍ଶରେ ଆସି ସୁନ୍ଦରଗଡ଼ ଜିଲ୍ଲାରେ ୨ ଦିନ ମଧ୍ୟରେ ୯୫ ପଜିଟିଭ୍ ଚିହ୍ନଟ

0 397
greentech

ରାଉରକେଲା (କଳିଙ୍ଗ ଜ୍ୟୋତି) ୦୮/୦୭ : ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ବୃଦ୍ଧଙ୍କ ସଂସ୍ପର୍ଶରେ ଆସି ୨ ଦିନ ମଧ୍ୟରେ ୯୫ ଜଣ କରୋନା ସଂକ୍ରମିତ ହୋଇଛନ୍ତି ବୋଲି ଜଣାପଡ଼ିଛି । ଯାହାଫଳରେ ବୃଦ୍ଧ ଜଣକ ଜିଲ୍ଲାର ଜଣେ ‘ସୁପରସ୍ପ୍ରେଡର୍’ ପାଲଟି ଯାଇଛନ୍ତି। ଏ ସମ୍ପର୍କରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି।

ଜିଲ୍ଲାପାଳଙ୍କ ସୂଚନା ମୁତାବକ, ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ରାଉରକେଲାର ସେକ୍ଟର-୧୬ ଏ ବ୍ଲକର ଜଣେ ୬୪ ବର୍ଷିୟ ବୃଦ୍ଧ ପଜିଟିଭ ଚିହ୍ନଟ ହେବା ପରେ ଗତ ୨ ତାରିଖରେ ତାଙ୍କୁ ପ୍ରଥମେ ଇଏସ୍ ଆଇ ମଡେଲ୍ ହସ୍ପିଟାଲରେ ଭ଼ର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଆଇଜିଏଚକୁ ରେଫର୍ କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.

9 + 9 =

error: Content is protected !!
Open chat