୭୪ତମ ସ୍ଵାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଶୁଭେଚ୍ଛା

0 396
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୬/୦୮ : ସ୍ଵାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ଶୁଭେଚ୍ଛା ଜଣାଇଛନ୍ତି । ୭୪ତମ ସ୍ଵାଧୀନତା ଦିବସ ଅବସରରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।

ତାଙ୍କ ବାର୍ତ୍ତାରେ ଶ୍ରୀ ଅମିତ ଶାହ କରିଛନ୍ତି, ସ୍ଵାଧୀନତା ଦିବସ ଅବସରରେ ମୁଁ ଦେଶର ଏକତା, ଅଖଣ୍ଡତା ଓ ନିରାପତ୍ତା ପାଇଁ ଚରମ ତ୍ୟାଗ ସ୍ଵୀକାର କରିଥିବା ମହାନ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ବିନମ୍ର ପ୍ରଣାମ ଜଣାଉଛି ।

ଏକାଧିକ ଟ୍ଵିଟରେ ଶ୍ରୀ ଅମିତ ଶାହ କହିଛନ୍ତି, ଆଜି ଆମେ ବିଶେଷ ଭାବେ ଗର୍ବିତ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଆମ ସ୍ଵାଧୀନତା ସଂଗ୍ରାମୀମାନେ ଦେଖିଥିବା ଏକ ସ୍ଵାଧୀନ, ଶକ୍ତିଶାଳୀ ଓ ଆତ୍ମନିର୍ଭରଶୀଳ ଭାରତ ଗଠନର ସ୍ଵପ୍ନ ସାର୍ଥକ ହୋଇଛି । ଗୋଟିଏ ପଟେ ମୋଦୀ ସରକାର ଗରିବ ଓ ବଞ୍ଚିତ ଲୋକମାନଙ୍କୁ ଘର, ବିଜୁଳି ଓ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେଇଥିବା ବେଳେ ଅନ୍ୟ ପକ୍ଷରେ ଭାରତ ଏକ ଶକ୍ତିଶାଳୀ ଦେଶ ଭାବେ ଦଣ୍ଡାୟମାନ ହୋଇଛି ।

“ଏହି ସ୍ଵାଧୀନତା ଦିବସରେ, ଆସନ୍ତୁ ଆମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତର ସ୍ଵପ୍ନକୁ ସାକାର କରିବା ଲାଗି ଅତ୍ୟଧିକ ମେକ ଇନ ଇଣ୍ଡିଆ ଉତ୍ପାଦ ଗ୍ରହଣ କରିବା ଦିଗରେ ନିବେଦନ କରିବା ସହିତ ଯୋଗଦାନ ଦେବା । ସ୍ଵାଧୀନତା ଦିବସର ଅଭିନନ୍ଦନ ।

Leave A Reply

Your email address will not be published.

twelve − 2 =

error: Content is protected !!
Open chat