ଅଗଷ୍ଟ ମାସର କରୋନା କଟକଣା – ଚାରି ଜିଲ୍ଲା ଓ ରାଉରକେଲାରେ ପ୍ରତି ଶନିବାର, ରବିବାର ସଟ୍‌ଡାଉନ୍

0 323
greentech
  • ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ ଓ ରାଉରକେଲାରେ ସପ୍ତାହନ୍ତ ସଟ୍‌ଡାଉନ୍‌
  • ଅଗଷ୍ଟ ୧ ଓ ୨ରେ ଦିନ ୧ଟା ପରେ ସଟ୍‌ଡାଉନ୍‌
  • କଣ୍ଟେନମେଣ୍ଟ ଜୋନରେ ଲକ୍‌ଡାଉନ୍‌ ନିୟମ କଡ଼ାକଡ଼ି
  • ରାତି ୯ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ
  • ଅଗଷ୍ଟ ୫ରୁ ଖୋଲିବ ଜିମ୍‌ ଓ ଯୋଗ ଇନଷ୍ଟିଚ୍ୟୁଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୧/୦୮: ଅଗଷ୍ଟ ମାସ ପାଇଁ ନୂଆ କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର। ଏହି ନୂଆ ନିୟମ ଅନୁଯାୟୀ, ଚାରି ଜିଲ୍ଲା ଏବଂ ଗୋଟିଏ ମହାନଗର ନିଗମ ସପ୍ତାହରେ ଦୁଇ ଦିନ ସଟ୍‌ଡାଉନ୍‌ ରହିବ। ପୂର୍ବ ଭଳି ଶନିବାର ଓ ରବିବାର ସଟ୍‌ଡାଉନ୍‌ ଲାଗୁ ହେବ। ସର୍ବାଧିକ ସଂକ୍ରମିତ ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ, ଗଜପତି ଏବଂ ରାଉରକେଲା ମହାନଗର ନିଗମରେ ଏହି ନିୟମ ଲାଗୁ ହେବ। କେବଳ ଅଗଷ୍ଟ ୧ ଓ ୨ ତାରିଖରେ ଦିନ ୧ଟା ପରେ ସଟ୍‌ଡାଉନ୍‌ ଲାଗୁ ହେବ।

କଣ୍ଟେନମେଣ୍ଟ ଜୋନରେ ଲକ୍‌ଡାଉନ୍‌ ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ। ଅବରୋଧ ଅଞ୍ଚଳକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ ରୋକ ଲଗାଯିବ। ଅବରୋଧ ଅଞ୍ଚଳର ତଥ୍ୟ ସରକାରଙ୍କ ୱେବସାଇଟରେ ଉପଲବ୍ଧ ହେବ।


ରାଜ୍ୟର ସବୁ ଅଞ୍ଚଳରେ ରାତି ୯ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ। ଜରୁରୀ ସେବାରେ ଥିବା କର୍ମଚାରୀ ଯାତାୟତ କରିପାରିବେ। ଆଇଟି କମ୍ପାନି କର୍ମଚାରୀ ନିଜର ପରିଚୟପତ୍ର ଦେଖାଇ ଯାଇପାରିବେ। ଜାତୀୟ ରାଜପଥରେ ଢାବା ଖୋଲା ରହିବ। ଢାବାରେ କେବଳ ଖାଦ୍ୟ ପାର୍ସଲ ନେଇ ହେବ। ସ୍ଥିତି ଦେଖି ସ୍ଥାନୀୟ ପ୍ରଶାସନ ଆବଶ୍ୟକୀୟ କଟକଣା ଲଗାଇପାରିବେ।

ଅଗଷ୍ଟ ୩୧ ଯାଏଁ ଧାର୍ମିକ ସ୍ଥଳ ଜନସାଧାରଣଙ୍କ ପାଇଁ ବାରଣ କରାଯାଇଛି। ସୁଇମିଂ ପୁଲ, ସିନେମା ହଲ, ଥିଏଟର, ସଭାସମିତି ବନ୍ଦ ରହିବ। ଅଗଷ୍ଟ ୫ରୁ କିଛି ନିୟମ ସହ ରାଜ୍ୟରେ ଜିମ୍ ଓ ଯୋଗ କେନ୍ଦ୍ର ଖୋଲିବ। ସ୍କୁଲ, କଲେଜ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ହେଲେ ପରୀକ୍ଷା ହେବ ଓ ଖାତାଦେଖା ଚାଲିବ। ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ। ରାଜ୍ୟ ବାହାରୁ କେହି ୩ ଦିନ ପାଇଁ ଆସିଲେ କ୍ୱାରେଣ୍ଟାଇନ ହେବେନି। ୩ ଦିନରୁ ଅଧିକ କେହି ରହିଲେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ।

Leave A Reply

Your email address will not be published.

20 − sixteen =

error: Content is protected !!
Open chat