ଅଗଷ୍ଟ ୧୭ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ, ଫେରିବ ବର୍ଷା !

0 468
greentech


ଭୁବନେଶ୍ବର ୧୨/୦୮/୨୦୨୧ କଳିଙ୍ଗ ଜ୍ଯୋତି(ରଶ୍ମି ରଞ୍ଜନ ଦାସ) : ଏ ବର୍ଷ ଜୁଲାଇ ପର୍ଯ୍ୟନ୍ତ ମୌସୁମୀ ବର୍ଷା ସ୍ବାଭାବିକ ଥିବାବେଳେ ଅଗଷ୍ଟର ପ୍ରଥମ ଦୁଇ ସପ୍ତାହରେ ବର୍ଷା ନିଅଣ୍ଟ ଦେଖାଦେଇଛି । ଏହା ଫଳରେ ଓଡ଼ିଶା ସମେତ ଦେଶର କେତେକ ରାଜ୍ୟରେ ମରୁଡ଼ି ଆଶଙ୍କା ଦେଖାଦେଇଛି । କିନ୍ତୁ ଖୁବଶୀଘ୍ର ସ୍ଥିତିରେ ଉନ୍ନତି ଆସିବାର ସମ୍ଭାବନା ରହିଛି । କାରଣ ଆସନ୍ତା ଅଗଷ୍ଟ ୧୭ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ରିପୋର୍ଟ ମୁତାବକ ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପରବର୍ତ୍ତୀ ୪୮ ଘଣ୍ଟା ଅର୍ଥାତ ୧୭ ତାରିଖ ସୁଦ୍ଧା ଏକ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ଓଡ଼ିଶା, ଉପକୂଳ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ବିଦର୍ଭ ଆଦି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ଯୋଗୁଁ ନିଷ୍କ୍ରିୟ ହୋଇଯାଇଥିବା ମୌସୁମୀ ପୁଣି ସକ୍ରିୟ ହେବା ଆଶା କରାଯାଉଛି । ତେବେ ଦେଶର ଅନ୍ୟ ଭାଗରେ ବର୍ଷା ପରିମାଣ ସାମାନ୍ୟ ରହିବ ବୋଲି ଆଇଏମଡି କହିଛି ।

Leave A Reply

Your email address will not be published.

fourteen + seven =

error: Content is protected !!
Open chat