ଅଗଷ୍ଟ ୧ ଯାଏଁ ଆଂଶିକ ତାଲାବନ୍ଦ ; ରାଜ୍ୟ ପାଇଁ ନୂଆ ଗାଇଡ ଲାଇନ

0 431
greentech

ସମଗ୍ର ଜିଲାରେ ଗଡିବ ବସ ; ପୁରୀରେ ଜୁଲାଇ ୨୫ ପର୍ଯ୍ୟନ୍ତ ବସ ଚଳାଚଳକୁ ବାରଣ

ଭୁବନେଶ୍ୱର ୧୫/୦୭/୨୦୨୧ କଳିଙ୍ଗ ଜ୍ଯୋତି : ରାଜ୍ୟ ପାଇଁ ନୂଆ ଗାଇଡ଼ଲାଇନ ସହ ପୁଣି ବୃଦ୍ଧି ହେଲା ଆଂଶିକ ତାଲାବନ୍ଦ। ଅଗଷ୍ଟ ୧ ଯାଏଁ ଆଂଶିକ ତାଲାବନ୍ଦ ନେଇ ଆଜି ସାମ୍ବାଦିକ ସମ୍ମିଳନୀ ଯୋଗେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଘୋଷଣା କରିଛନ୍ତି। କାଟେଗୋରୀ ଏରେ ୨୦ ଓ ବି ରେ ୧୦ ଜିଲା ପୂର୍ବପରି ରହିବ । କାଟେଗୋରୀ ଏରେ ରାତି ୮ଟା ଯାଏଁ ଦୋକାନ ଖୋଲା ରହିବ ବୋଲି ନିଷ୍ପତ୍ତି ନିଆଯାଇଥିବା ବେଳେ ହୋଟେଲ ଓ ରେସ୍ତୋରାଁରେ କେବଳ ପାର୍ସଲ ପାଇଁ ଅନୁମତି ମିଳିବ। ବିବାହ ଓ ଶୁଦ୍ଧି କାର୍ଯ୍ୟରେ ପୂର୍ବପରି କଟକଣା ବଳବତ୍ତର ରହିବ।
ମାତ୍ର ପୂର୍ବରୁ କାଟେଗୋରୀ ଏ ରେ ଥିବା ୨୦ ଜିଲାରେ ବସ ଚଳାଚଳ କରୁଥିବା ସମୟରେ ଏବେ ସମସ୍ତ ଜିଲାରେ ବସ ଚଳାଚଳ କରିବ। ସମଗ୍ର ରାଜ୍ୟରେ ବସ ଚଳାଚଳ କରିବା ସହ ଯେତିକି ସିଟ୍‍ ସେତିକି ଯାତ୍ରୀ ଯିବେ।
ମାତ୍ର ପୁରୀରେ ଜୁଲାଇ ୨୫ ପର୍ଯ୍ୟନ୍ତ ବସ ଚଳାଚଳକୁ ବାରଣ କରାଯାଇଛି। ମଲ୍‍ , ସିନେମା ହଲ, ପାର୍କ ପୂର୍ବ ପରି ବନ୍ଦ ରହିବ।
କାଟେଗୋରୀ ଏରେ ରାତି ୮ଟା ଯାଏଁ ଦୋକାନ ଖୋଲା ରହିବା ସହ ସପ୍ତାହକ ୭ ଦିନ ଦୋକାନ ବଜାର ଖୋଲା ରହିବ। କାଟେଗୋରୀ ବି ରେ ସନ୍ଧ୍ୟା ୫ଟା ଯାଏଁ ଦୋକାନ ବଜାର ଖୋଲା ରହିବ ସହ ସପ୍ତାହରେ ୫ ଦିନ ଦୋକାନ ଖୋଲାଯିବ। କାଟେଗୋରୀ ବି ରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ। ଏହାସହ ଏଠାରେ ସପ୍ତାହନ୍ତ ସଟଡାଉନ ବଳବତ୍ତର ରହିବ। ସାରା ରାଜ୍ୟରେ ପାର୍ଲର, ସ୍ପା, ଜିମ, ସେଲୁନ ଆସନ୍ତା କାଲି ଠାରୁ ଖୋଲିବ।
ଟ୍ୟାକ୍ସି, ଅଟୋ, ରିକ୍ସା ସମଗ୍ର ରାଜ୍ୟରେ ଚଳାଚଳ କରିବ। ଦୋକାନ ବଜାର ଯେତିକି ସମୟ ଖୋଲିବ , ସେତିକି ସମୟ ଟ୍ୟାକ୍ସି ,ଅଟୋ ଚାଲିବ। ସ୍କୁଲ, କଲେଜ , କୋଚିଂ ସେଣ୍ଟର ବନ୍ଦ ରହିବ।
ବିନା ଦର୍ଶକରେ ଆଉଟଡ଼ୋର ସ୍ପୋର୍ଟ ସବୁକୁ ସରକାର ଅନୁମତି ଦେଇଛନ୍ତି। ସାରା ରାଜ୍ୟରେ ଇନଡ଼ୋର ଓ ଆଉଟଡ଼ୋର ଚଳଚ୍ଚିତ୍ର ସୁଟିଂକୁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି।
ଏହାସହ ରାଜ୍ୟ ସରକାରଙ୍କ ସମସ୍ତ ଗାଇଡ ଲାଇନ ପାଳନ କରିବା ସହ ଭିଡ ସ୍ଥାନକୁ ନ ଯିବା କିମ୍ବା ଭିଡ କରିବା ନାହିଁ ଏହାସହ ନିଜ କାର୍ଯ୍ୟସ୍ଥଳୀକୁ ଯିବା ସହ ସମସ୍ତ କୋଭିଡ ନିୟମ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ଓ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ନାହିଁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ସତର୍କତା ଅବଲମ୍ବନ ସହ ସମସ୍ତ ନିୟମବଳୀ ପାଳନ ପାଇଁ ରାଜ୍ୟବାସୀଙ୍କୁ କହିଛନ୍ତି। ଯେଉଁ ବ୍ୟବସାୟୀ ଅଥବା ଅନ୍ୟମାନେ କରୋନା କଟକଣା ଉଲ୍ଲଙ୍ଘନ କରିବେ ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.

2 × four =

error: Content is protected !!
Open chat