ଅନଲକ ୪.୦ : କେଉଁଗୁଡ଼ିକୁ ଅନୁମତି ମିଳିବ ? ୧ରୁ ଯାତ୍ରୀବାହୀ ବସ ଚଳାଚଳକୁ ଅନୁମତି

0 608
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୧/୦୯ : କେନ୍ଦ୍ର ସରକାର ଅନଲକ ୪.୦ ଲାଗି ଗାଇଡଲାଇନ ଜାରି କରିବାର ଦିନକ ପରେ ରାଜ୍ୟ ସରକାର ଅନଲକ ୪.୦ ପାଇଁ ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡଲାଇନ ଅନୁସାରେ ରାଜ୍ୟ ସରକାର ରାଜ୍ୟରେ କଟକଣାକୁ କିଛିଟା କୋହଳ କରିଛନ୍ତି ।

ନିମ୍ନ ଲିଖିତଗୁଡ଼ିକ ପାଇଁ ଅନୁମତି ମିଳିବ :

୧.ରାଜ୍ୟ ମଧ୍ୟରେ ଓ ରାଜ୍ୟ-ରାଜ୍ୟ ମଧ୍ୟରେ ଲୋକମାନଙ୍କ ଓ ମାଲ ପରିବହନ ନେଇ କୌଣସି କଟକଣା ରହିବ ନାହିଁ । ଏସବୁ ପାଇଁ କୌଣସି ସ୍ୱତନ୍ତ୍ର ପ୍ରକାରର ପାସ, ଇ-ପାସ ଆବଶ୍ୟକ ପଡ଼ିବ ନାହିଁ । ସେପ୍ଟେମ୍ବର ୧ରୁ ରାଜ୍ୟ ମଧ୍ୟରେ ଓ ରାଜ୍ୟ-ରାଜ୍ୟ ମଧ୍ୟରେ ବସ ଚଳାଚଳକୁ ଅନୁମତି ମିଳିବ ।

୨.ପରୀକ୍ଷା ପରିଚାଳନା, ମୂଲ୍ୟାଙ୍କନ ଓ ତତସଂପର୍କିତ ପ୍ରଶାସନିକ କାର୍ୟ୍ୟ ।
୩. ଅନଲାଇନ, ଦୂରନିୟନ୍ତ୍ରଣ ଶିକ୍ଷା ।
୪. ସେପ୍ଟେମ୍ବର ୨୧ ପରେ ଅନଲାଇନ ଶିକ୍ଷାଦାନ, ଅନଲାଇନ ପରାମର୍ଶ ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ୫୦ ପ୍ରତିଶତ ଶିକ୍ଷକ ଓ କର୍ମଚାରୀଙ୍କ ଉପସ୍ଥାନ ପାଇଁ ଅନୁମତି ଦେଇପାରିବେ । ତେବେ ଏସବୁ କର୍ମଚାରୀମାନେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି ଏସଓପି ପାଳନ କରିବେ ।
୫. ଜାତୀୟ ଦକ୍ଷତା ବିକାଶ ପ୍ରତିଷ୍ଠାନ, ଆଇଟିଆଇ ଏବଂ ଜାତୀୟ ଦକ୍ଷତା ବିକାଶ ନିଗମ ଓ ରାଜ୍ୟ ଦକ୍ଷତା ବିକାଶ ମିଶନ ଦ୍ୱାରା ପରିଚାଳିତ ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକରେ ଦକ୍ଷତା ବିକାଶ ତାଲିମ ଲାଗି ୨୧ ତାରିଖ ପରେ ଅନୁମତି ଦିଆଯିବ ।
୬. ଲାବରୋଟୋରୀ ଆବଶ୍ୟକ କରୁଥିବା ପିଏଚଡି ଓ ପିଜି ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷା ବିଭାଗ କେନ୍ଦ୍ର ଗୃହ ମନ୍ତ୍ରାଳୟର ଅନୁମତି ସହ ଅନୁମତି ଦେଇପାରିବେ ।
୭. ରାଜ୍ୟ ମଧ୍ୟରେ ଓ ରାଜ୍ୟ-ରାଜ୍ୟ ମଧ୍ୟରେ ଲୋକମାନଙ୍କ ଓ ମାଲ ପରିବହନ ନେଇ କୌଣସି କଟକଣା ରହିବ ନାହିଁ । ଏସବୁ ପାଇଁ କୌଣସି ସ୍ୱତନ୍ତ୍ର ପ୍ରକାରର ପାସ, ଇ-ପାସ ଆବଶ୍ୟକ ପଡ଼ିବ ନାହିଁ । ସେପ୍ଟେମ୍ବର ୧ରୁ ରାଜ୍ୟ ମଧ୍ୟରେ ଓ ରାଜ୍ୟ-ରାଜ୍ୟ ମଧ୍ୟରେ ବସ ଚଳାଚଳକୁ ଅନୁମତି ମିଳିବ ।

Leave A Reply

Your email address will not be published.

15 − six =

error: Content is protected !!
Open chat