ଅନ୍‌ଲକ୍‌ ହେବ ଓଡ଼ିଶା ! ସାରା ରାଜ୍ୟରେ ଗଡିବ ବସ୍ : ପରିବହନ ମନ୍ତ୍ରୀ

0 375
greentech

ଭୁବନେଶ୍ବର ୧୪/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଲକଡାଉନ୍ ଖୋଲିଲେ ସାରା ରାଜ୍ୟରେ ଗଡିବ ବସ୍। ଆଉ ଦିନକ ପରେ ରାଜ୍ୟରେ ଆଂଶିକ ଲକଡାଉନ୍‌ର ଦ୍ଵିତୀୟ ପର୍ଯ୍ୟାୟ ଶେଷ ହେଉଥିବା ବେଳେ ବସ୍ ପରିବହନକୁ ନେଇ ବିଚାର ବିମର୍ଷ ଜାରି ରହିଛି। ବର୍ତ୍ତମାନ ସରକାରଙ୍କ A କ୍ୟାଟଗୋରୀ ଚିହ୍ନିତ ୨୦ ଜିଲ୍ଲାରେ ପ୍ରାୟତଃ ବସ୍ ଚାଲୁଛି। ତେବେ ୧୬ ତାରିଖ ପରେ ଲକଡାଉନ୍ କୋହଳ ହେଲେ ବାକି ୧୦ ଜିଲ୍ଲାରେ ମଧ୍ୟ ବସ ଚଳାଚଳ କରିବା ନେଇ ବିଭାଗ ପକ୍ଷରୁ ବିଚାର ବିମର୍ଷ ଚାଲିଥିବା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଏହାସହ ଆନ୍ତଃ ରାଜ୍ୟ ଓ ଜିଲ୍ଲା ସ୍ତରରେ ମଧ୍ୟ ବସ୍ ଚଳପ୍ରଚଳ କରିବ। ସେହିପରି ଟିକସ ଛାଡ଼ ଦିଗରେ ବ୍ୟବସ୍ଥା କରାଯାଉଥିବା ମନ୍ତ୍ରୀ କହିଛନ୍ତି।

ତେବେ ଅନ୍‌ଲକ୍‌ ହେବ ନା କଟକଣା ବଳବତ୍ତର ରହିବ ? ଯଦି ରହିବ, କ’ଣ ହେବ? ଏମିତି ଆଶଙ୍କା ଦେଖାଯାଇଛି । ଏପଟେ ଡିଏମ୍‌ଇଟି ପ୍ରଫେସର ସିବିକେ ମହାନ୍ତିଙ୍କ କଥା ସରକାର ଅନ୍‌ଲକ୍‌ ମୁହାଁ ହେଉଥିବାକୁ ଦର୍ଶାଇଛି । ଡିଏମ୍‌ଇଟି ଡାକ୍ତର ମହାନ୍ତି କହିଛନ୍ତି, ରାଜ୍ୟରେ ସଂକ୍ରମଣ କମିଛି । ବର୍ତ୍ତମାନ ସଂଖ୍ୟା କମୁଛି । କଟକ ଓ ଖୋର୍ଦ୍ଧା ଜିଲ୍ଲାକୁ ଏବେ ସ୍ୱତନ୍ତ୍ର ଭାବେ ଫୋକସ୍‌ ଦିଆଯାଉଛି । ସଂକ୍ରମଣ ଓ ପଜିଟିଭ୍‌ ହାରକୁ ସମୀକ୍ଷା କରାଯାଇଛି । ସେହି ଅନୁସାରେ ସରକାର ଅନ୍‌ଲକ କରିବେ । ତେବେ ଲୋକେ ଢିଲା ହେବା ଅନୁଚିତ। ଏବେ ସଂକ୍ରମଣ ବଢୁଥିବା ରାଜ୍ୟରୁ ଆସୁଥିବା ଲୋକଙ୍କ ପରିବାର ଉପରେ ନଜର ରଖିବା ଉଚିତ । କେନ୍ଦ୍ର ସରକାର ଏ ନେଇ ପଦକ୍ଷେପ ନେବା ଦରକାର । ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତି ହିଁ ପରବର୍ତ୍ତୀ ସମୟରେ ରାଜ୍ୟ ପାଇଁ ବିପଦ ପାଲଟି ପାରନ୍ତି । ଆମେ ସଚେତନ ରହିଲେ ହିଁ ବିପଦ ଟଳିପାରିବ ବୋଲି ଡାକ୍ତର ମହାନ୍ତି ପରାମର୍ଶ ଦେଇଛନ୍ତି ।

ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରଫେସର ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି, ଭୁବନେଶ୍ୱର, ରାଉରକେଲା, କଟକ, ପୁରୀ ଓ ବ୍ରହ୍ମପୁର ସହରରେ କିଛିଟା କଟକଣା ଲାଗୁ ରହିବା ଉଚିତ । କାରଣ ଏ ସବୁ ସହରରେ ପୁଣିଥରେ ସଂକ୍ରମଣ ଫେରିବାର ଆଶଙ୍କା ସର୍ବାଧିକ ରହୁଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ସଂକ୍ରମଣ କମୁଛି । ଟେଷ୍ଟିଂ, ପଜିଟିଭ୍‌ ଓ ଟିପିଆର୍‌ ଉପରେ ନଜର ରଖାଯାଇଛି । ସବୁ ଦେଖି ସରକାର ନିଷ୍ପତ୍ତି ନେବେ । ତେବେ ସରକାର ଢିଲା ଦେଲେ ମଧ୍ୟ ଲୋକଙ୍କୁ ଗାଇଡ଼ଲାଇନ୍‌ ମାନି ଚଳିବାକୁ ହେବ । ନ ହେଲେ ସ୍ଥିତି ପୁଣି ଖରାପ ଆଡ଼କୁ ଯିବ ।

Leave A Reply

Your email address will not be published.

19 − one =

error: Content is protected !!
Open chat