![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୫/୦୭ : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି) ଶେଷ ସେମିଷ୍ଟର ଅନ୍ଲାଇନ୍ ପରୀକ୍ଷାରେ ଅକୃତକାର୍ଯ୍ୟ ହେଲେ ବିଦ୍ୟାର୍ଥୀ ଅଫ୍ଲାଇନ୍ରେ ପରୀକ୍ଷା ଦେଇପାରିବେ। ଏନେଇ ବିପିୟୁଟି ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଅନ୍ଲାଇନ୍ରେ ପରୀକ୍ଷା ଦେଇଥିବା ବିଦ୍ୟାର୍ଥୀ ଯଦି ଅକୃତକାର୍ଯ୍ୟ ହୁଅନ୍ତି ତେବେ ସେମାନଙ୍କୁ ପୁନର୍ବାର ପରୀକ୍ଷା ଦେବାକୁ ସୁଯୋଗ ଦିଆଯିବ।
![](https://i0.wp.com/kalingajyoti.com/wp-content/uploads/2020/07/Biju-Patnaik-University-of-Technology-Fee-Structure-2017.jpg?resize=301%2C327&ssl=1)
କରୋନା ପରିସ୍ଥିତି ସ୍ବାଭାବିକ ହେଲେ ଶିକ୍ଷାନୁଷ୍ଠାନ ଖୋଲିବା ପରେ ପାରମ୍ପରିକ ପଦ୍ଧତିରେ ପରୀକ୍ଷା କରାଯିବ। ଏହି ସମୟରେ ଅନ୍ଲାଇନ୍ ପରୀକ୍ଷା ଦେଇନଥିବା ଛାତ୍ରଛାତ୍ରୀଙ୍କ ସହ ଅକୃତକାର୍ଯ୍ୟ ପରୀକ୍ଷାର୍ଥୀ ମଧ୍ୟ ପୁନର୍ବାର ପରୀକ୍ଷା ଦେଇପାରିବେ। ପୂର୍ବରୁ ଅନ୍ଲାଇନ୍ ପରୀକ୍ଷା ଦେଇନଥିବା ଛାତ୍ରଛାତ୍ରୀଙ୍କୁ ଅଫ୍ଲାଇନ୍ରେ ପରୀକ୍ଷା ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ବିପିୟୁଟି ପରୀକ୍ଷା ନିର୍ଦେଶକ ଦୀପକ କୁମାର ସାହୁ କହିଛନ୍ତି ରାଜ୍ୟରେ ପ୍ରଥମଥର ଓପନ୍ ବୁକ୍ ସିଷ୍ଟମରେ ପରୀକ୍ଷା କରାଯାଇଛି। ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଅନ୍ଲାଇନ୍ରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ପାଖରେ ଲାପଟପ୍ ଓ କମ୍ପ୍ୟୁଟର ନଥିଲେ ସେମାନେ କିଭଳି ମୋବାଇଲରେ ପରୀକ୍ଷା ଦେଇପାରିବେ ସେ ସମ୍ବନ୍ଧରେ ବିପିୟୁଟି ପକ୍ଷରୁ ବିଚାରବିମର୍ଶ ଚାଲିଥିବା ଜଣାପଡ଼ିଛି।