ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି, ବିନା ପରୀକ୍ଷାରେ ସିଟି ଛାତ୍ରଛାତ୍ରୀଙ୍କ ଫଳ

0 276
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୨୫/୦୭: ସିଟି ତାଲିମପ୍ରାପ୍ତ (ଡିଇଏଲ୍‌ଇଡ୍‌)ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏହାଦ୍ବାରା ପ୍ରାୟ ୭୫୦୦ ଛାତ୍ରଛାତ୍ରୀଙ୍କର ବିନା ପରୀକ୍ଷାରେ ଫଳ ପ୍ରକାଶ କରାଯିବ। ଏ ସମ୍ପର୍କରେ ବିଭାଗ ପକ୍ଷରୁ ଅତିରିକ୍ତ ସଚିବ ରଘୁରାମ ଆର ଆୟାର ପତ୍ର ଲେଖି ଟିଇ ଆଣ୍ଡ ଏସ୍‌ସିଇଆରଟି ନିର୍ଦେଶକଙ୍କୁ ଅବଗତ କରିଛନ୍ତି।

ଚିଠିରେ ଉଲ୍ଲେଖ କରିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ତାଲିମପ୍ରାପ୍ତ ଦ୍ବିତୀୟ ବର୍ଷ ବିଦ୍ୟାର୍ଥୀଙ୍କର ଅନ୍ତିମ ସେମିଷ୍ଟର ପରୀକ୍ଷା କରିବା ସମ୍ଭବ ନୁହେଁ। ତେଣୁ ଏସ୍‌ସିଇଆରଟି ପ୍ରସ୍ତାବକ୍ରମେ ରାଜ୍ୟ ଗଣଶିକ୍ଷା ବିଭାଗ ପାରମ୍ପରିକ ପରୀକ୍ଷାକୁ ବାତିଲ କରିଛନ୍ତି। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦକୁ ବିଭାଗ ପକ୍ଷରୁ ଅବଗତ କରାଯାଇଛି। ରାଜ୍ୟରେ ୬୬ଟି ଶିକ୍ଷାନୁଷ୍ଠାନର ୬ ହଜାର ୪୯୪ ପରୀକ୍ଷାର୍ଥୀ ରହିଛନ୍ତି। ଗତ ବର୍ଷ ପୂର୍ବ ପରୀକ୍ଷାଗୁଡ଼ିକରେ ପ୍ରକାଶ ପାଇଥିବା ମାର୍କକୁ ଆଧାର କରି ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟାରେ ଫଳ ପ୍ରକାଶ କରାଯିବ। ଛାତ୍ରଛାତ୍ରୀଙ୍କୁ ଚଳିତ ବର୍ଷ କରୋନା ଯୋଗୁଁ ପରୀକ୍ଷା​‌ ଦେବାକୁ ପଡ଼ିବନି।

Leave A Reply

Your email address will not be published.

2 + two =

error: Content is protected !!
Open chat