ଅଫଲାଇନ ମାଟ୍ରିକ ପରୀକ୍ଷା-୨୦୨୧ : ୫୦୪ଟି କେନ୍ଦ୍ରରେ ପରୀକ୍ଷା ଦେବେ ୧୫,୧୫୧ ଛାତ୍ରଛାତ୍ରୀ

0 349
greentech

କଟକ ୨୨/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ହୋଇ ଅଫ ଲାଇନରେ ପରୀକ୍ଷା ଦେବା ନିମନ୍ତେ ଫର୍ମ ପୂରଣ କରିଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା ପାଇଁ ୫୦୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଅଫଲାଇନ ମାଟ୍ରିକ ପରୀକ୍ଷା-୨୦୨୧ ବା ମାଟ୍ରିକ ଇଚ୍ଛାଧୀନ ବିକଳ୍ପ ଉନ୍ନତି ପରୀକ୍ଷା ପାଇଁ ଏହି ପରୀକ୍ଷା କେନ୍ଦ୍ର ସ୍ଥିର ହୋଇଛି। ମୋଟ ୧୫,୧୫୧ ଛାତ୍ରଛାତ୍ରୀ ୫୦୪ଟି କେନ୍ଦ୍ରରେ ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ୬ ହଜାର ୫୯୭ ନିୟମିତ ପରୀକ୍ଷାର୍ଥୀଙ୍କ ପାଇଁ ୨୭୮ଟି କେନ୍ଦ୍ର ଓ ରାଜ୍ୟ ମୁକ୍ତ ବିଦ୍ୟାଳୟର ୮,୪୯୩ ପରୀକ୍ଷାର୍ଥୀଙ୍କ ପାଇଁ ୨୨୨ଟି କେନ୍ଦ୍ର ସ୍ଥିର କରାଯାଇଛି। ୬୧ ଜଣ ମଧ୍ୟମା ଛାତ୍ରଛାତ୍ରୀଙ୍କ ପାଇଁ ୪ ଟି କେନ୍ଦ୍ର କରାଯାଇଛି।

ପରୀକ୍ଷାର୍ଥୀମାନେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ୱେବ୍‌ସାଇଟ୍  www.bseodisha.ac.in.ମାଧ୍ୟମରେ ଆଡମିଟ କାର୍ଡ ଡାଉନଲୋଡ୍ କରିପାରିବେ।

Leave A Reply

Your email address will not be published.

three × three =

error: Content is protected !!
Open chat