ମୁମ୍ବାଇ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୪/୦୭ : ଫିଲ୍ମ ଅଭିନେତ୍ରୀ ସାରା ଅଲୀ ଖାନ ସୋମବାର ବିଳମ୍ବିତ ରାତିରେ ଇନଷ୍ଟାଗ୍ରାମରେ ଏକ ମ୍ୟାସେଜ କହିଛନ୍ତି ଯେ ତାଙ୍କ ଡ୍ରାଇଭରର କରୋନା ରିପୋର୍ଟ ପଜିଟିଭ ଆସିଛି। ପରେ ଡ୍ରାଇଭରଙ୍କୁ କ୍ବାରେଣ୍ଟାଇନ୍ ସେଣ୍ଟରକୁ ପଠାଇ ଦିଆଯାଇଛି।
ସାରା ଅଲୀ ଖାନ ମ୍ୟାସେଜରେ ଲେଖିଛନ୍ତି,‘ ସେ ସମସ୍ତଙ୍କୁ କହିବାକୁ ଚାହୁଁଛନ୍ତି ଯେ ଆମ ଡ୍ରାଇଭରର କରୋନା ରିପୋର୍ଟ ପଜିଟିଭ ଆସିଛି। ରିପୋର୍ଟ ମିଳିବା ମାତ୍ରେ ବିଏମସିକୁ ସୂଚନା ଦିଆଯାଇଛି ଏବଂ ପରେ ଡ୍ରାଇଭରକୁ କ୍ବାରେଣ୍ଟାଇନ୍ ସେଣ୍ଟରକୁ ପଠାଇ ଦିଆଯାଇଛି।
ସାରା ଅଲୀ ଖାନ୍ ଲେଖିଛନ୍ତି,ତାଙ୍କ ପରିବାର ଲୋକ ଏବଂ ଘରର ସମସ୍ତ ଷ୍ଟାଫଙ୍କ ରିପୋର୍ଟ ନେଗେଟିଭ ଆସିଛି। ସେମାନେ ସମସ୍ତେ ସାବଧାନରେ ରହୁଛନ୍ତି। ବିଏମସି ତରଫରୁ ଦିଆଯାଇଥିବା ଗାଇଡଲାଇନ୍ସ ପାଇଁ ଧନ୍ୟବାଦ।