ଅଯୋଧ୍ୟା ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମ : ଅସଦୁଦ୍ଦୀନ ଓବେସୀଙ୍କୁ ନିମନ୍ତ୍ରଣ କଲେ ତେଲେଙ୍ଗାନା ବିଜେପି ମୁଖ୍ୟ ପ୍ରବକ୍ତା

0 341
greentech

ନୂଆଦିଲ୍ଲୀ / ହାଇଦ୍ରାବାଦ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୩/୦୮ : ତେଲେଙ୍ଗାନା ବିଜେପି ନେତା ତଥା ମୁଖ୍ୟ ପ୍ରବକ୍ତା କୃଷ୍ଣ ସାଗର ରାଓ ଅଯୋଧ୍ୟା ରାମମନ୍ଦିର ଭୂମି ପୂଜନକୁ ଅସଦୁଦ୍ଦୀନ ଓବେସୀଙ୍କୁ ନିମନ୍ତ୍ରଣ କରିଛନ୍ତି । ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ମୋଦୀ ଏଥିରେ ଅଂଶ ଗ୍ରହଣ କରିବ ସହ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିବେ । ସଂସଦ ସଦସ୍ୟ ଅସଦୁଦ୍ଦୀନ ଓବେସୀଙ୍କୁ ରାମ ମନ୍ଦିର ଭୂମି ପୂଜନ ଉତ୍ସବକୁ ନିମନ୍ତ୍ରଣ କରାଯାଇଛି । ବିଜେପିର କାର୍ଯ୍ୟକାଳରେ ଏହା ହେଉଥିବା ଯୋଗୁଁ ଏହା ତାଙ୍କ ପାଇଁ ଗର୍ବର କଥା ବୋଲି ତେଲେଙ୍ଗାନା ବିଜେପି ନେତା କୃଷ୍ଣା ରାଓ କହିଛନ୍ତି ।

ସୁପ୍ରିମ କୋର୍ଟ ଗତବର୍ଷ ନଭେମ୍ବର ୯ତାରିଖରେ ରାମ ମନ୍ଦିର ନିର୍ମାଣ କରିବା ପାଇଁ ନିଜର ରାୟ ଶୁଣାଇଥିଲେ । ସାରା ଦୁନିଆରେ ଥିବା ହିନ୍ଦୁଙ୍କ ପାଇଁ ଏହା ଗର୍ବର କଥା ବୋଲି ସେ କହିଛନ୍ତି । ହିନ୍ଦୁମାନଙ୍କର ବହୁ ଦିନର ସ୍ୱପ୍ନ ସାକାର ହୋଇଥିବା କଥା ସେ କହିଛନ୍ତି । ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ଶିଳାନ୍ୟାସ କରାଯିବ । ଏଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବହୁ ବରିଷ୍ଠ ନେତା ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଅଯୋଧ୍ୟାରେ କଟକଣା ଜାରି କରାଯାଇଛି ।

ଏଥିରେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ମନ୍ତ୍ରିମଣ୍ଡଳ ଏବଂ ଆର୍‌ଏସ୍‌ଏସ୍‌ର ପ୍ରମୁଖ ମୋହନ ଭାଗବତ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ରାମ ମନ୍ଦିର ଭୂମି ପୂଜନକୁ ନେଇ ଯେଉଁମାନେ ଆପତ୍ତି କରୁଛନ୍ତି, ସେମାନଙ୍କୁ ସେ ଆମନ୍ତ୍ରିତ କରୁଥିବା କଥା କହିଛନ୍ତି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶିଳାନ୍ୟାସ ପରେ ଆରମ୍ଭ ହେବ ।


Leave A Reply

Your email address will not be published.

two × one =

error: Content is protected !!
Open chat