
କଳିଙ୍ଗ ଜ୍ୟୋତି ବ୍ୟୁରୋ ଅଯୋଧ୍ୟା ୦୩/୦୯:ଅଯୋଧ୍ୟାରେ ତିଆରି ହେଉଥିବା ଶ୍ରୀରାମ ଜନ୍ମଭୂମି ମନ୍ଦିର ନକ୍ସା ଆଜି ପାସ୍ କରିଦିଆଯାଇଛି। ଅଯୋଧ୍ୟ ବିକାଶ ପ୍ରାଧିକରଣ ବୋର୍ଡର ବୈଠକରେ ସର୍ବସମ୍ମତି କ୍ରମ ନକ୍ସା ପାସ୍ କରିଦିଆଯାିଛି। ୨୭୪୧୧୦ ବର୍ଗ କିଲୋମିଟର ଓପନ ଏରିଆ ଓ ପ୍ରାୟ ୧୩୦୦୦ ବର୍ଗ ମିଟର କଭର ଏରିଆର ନକ୍ସା ପାସ୍ କରିଦିଆଯାଇଥିଲା। ୧୩୦୦୦ ବର୍ଗ ମିଟର କଭର ଏରିଆରେ ରାମ ମନ୍ଦିର ନିର୍ମାଣ ହେବ।
ଉଲ୍ଲେଖନୀୟ ଯେ, ଅଯୋଧ୍ୟାରେ ଭଗବାନ ରାମଙ୍କ ମନ୍ଦିର ୩୬ ରୁ ୪୦ ମାସରେ ତିଆରି ହୋଇପାରେ। ମନ୍ଦିର ନିର୍ମାଣରେ ଗୋଟେ ଗ୍ରାମ ଲୁହାର ବ୍ୟବହାର କରାଯିବନି। ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ୍ତ ରାୟ କହିଛନ୍ତି, ମନ୍ଦିରର ଆୟୁ ଅତି କମରେ ୧ହଜାର ବର୍ଷ ହେବ। ଲାର୍ସନ ଆଣ୍ଡ ଟୁବ୍ରୋ କମ୍ପାନୀ, ଆଇଆଇଟିର ଇଞ୍ଜିନିୟରିଂ ନିର୍ମାଣ କାର୍ଯ୍ୟର ସାହାଯ୍ୟ ନିଆଯାଉଛି।
ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ୍ତ ରାୟ କହିଛନ୍ତି, ମାଟିର ଶକ୍ତି ମାପିବା ପାଇଁ କମ୍ପାନୀ ଆଇଆଇଟି ଚେନ୍ନାଇର ପରାମର୍ଶ ନିଆଯାଇଛି। ୬୦ ମିଟର ଗଭୀରତା ପର୍ଯ୍ୟନ୍ତ ମାଟିର ଯାଞ୍ଚ କରାଯାଇଥିଲା। ଭୂକମ୍ପ ଆସିବ ଯଦି ମାଟିର ରଙ୍ଗ ସେହି ତରଙ୍ଗକୁ ସହ୍ୟ କରିପାରିବ, ଏହି ସବୁର ଯାଞ୍ଚ ହୋଇଥିଲା। ରାମ ମନ୍ଦିର ନିର୍ମାଣରେ ଗୋଟିଏ ଗ୍ରାମର ଲୁହା ମିଶାଯିବା ନାହିଁ। ରାମ ମନ୍ଦିର ଏରିଆର ପ୍ରାୟ ୩ ଏକର ହେବ।
ଚମ୍ପତ୍ତ ରାୟ କହିଛନ୍ତି, ମନ୍ଦିର ନିର୍ମାଣ ୧୦ ହଜାର ତମ୍ବାର ପତ୍ର ଓ ରଡ୍ ମଧ୍ୟ ହେବା ଦରକାର। ଏଥିପାଇଁ ଦାନୀଙ୍କୁ ଆଗକୁ ଆସିବାର ଦରକାର ରହିଛି। ସରକାରୀ ସଂଖ୍ୟା ଅନୁସାରେ, ପ୍ରତି ବର୍ଷ ଦୁଇକୋଟି ଲୋକ ଅଯୋଧ୍ୟା ଦର୍ଶନ ପାଇଁ ଆସିଥାନ୍ତି। ରାମ ମନ୍ଦିର ହେବାପରେ ଏହି ସଂଖ୍ୟା ଖୁବ୍ ବଢିଯିବ। ଏଥିପାଇଁ ସରକାର ବସ୍, ଟ୍ରେନ, ବିମାନ ଜାହାଜ ଆଦିର ସୁବିଧା ସମ୍ପର୍କରେ ଭାବୁଛନ୍ତି।