କ୍ୟାବିନେଟର ବଡ ନିଷ୍ପତ୍ତି : ବିଶ୍ବବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ପରିବର୍ତ୍ତନକୁ ମୋହର: ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ପାଇଁ ଗୋଟିଏ ଆଇନ

0 356
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୩/୦୯: ରାଜ୍ୟ କ୍ୟାବିନେଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଉଚ୍ଚଶିକ୍ଷା ବିଭାଗର କେତେକ ପ୍ରସ୍ତାବକୁ ଅନୁମୋଦନ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନସିଂ ଜରିଆରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ ଭାଗ ନେଇଥିଲେ। କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ୧୯୮୯ ଶିକ୍ଷା ଆଇନ ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟଗୁଡିକ ପାଇଁ ପ୍ରଯୁଜ୍ୟ ଥିବା ବେଳେ ଏକକ ବିଶ୍ୱବିଦ୍ୟାଳୟ ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପାଇଁ ଅଲଗା ୨୦୦୫ ଆଇନ ପ୍ରଣୟନ କରାଯାଇଥିଲା ଓ ପରେ ପୁଣି ୧୯୮୯ ଆଇନ ଅନୁଯାୟୀ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଏକକ ବିଶ୍ୱବିଦ୍ୟାଳୟ ଭାବେ ଗଠନ କରାଯାଇଥିଲା। ତେଣୁ କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ଏଣିକି ରେଭେନ୍ସା ସମେତ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ୧୯୮୯ ଆଇନ ଅନୁଯାୟୀ ପରିଚାଳିତ ହେବେ।

୧୯୮୯ ଶିକ୍ଷା ଆଇନରେ ମଧ୍ୟ ଆଜି କ୍ୟାବିନେଟ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ପାଇଁ ଅନୁମୋଦନ କରିଛନ୍ତି। ସେଗୁଡିକ ମଧ୍ୟରେ ରହିଥିବା ବିଷୟଗୁଡିକ ହେଉଛି –
୧. ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକରେ ଆଉ ସିନେଟ ବ୍ୟବସ୍ଥା ରହିବ ନାହିଁ, କେବଳ ସିଣ୍ଡିକେଟ ବ୍ୟବସ୍ଥା ରହିବ କିନ୍ତୁ ଏହାକୁ ପ୍ରଭାବଶାଳୀ କରିବା ପାଇଁ କୁଳପତି ଚୟନ କ୍ଷେତ୍ରରେ ଗଠିତ କମିଟିରେ ରାଜ୍ୟ ସରକାରଙ୍କ ପ୍ରତିନିଧି ହିସାବରେ ଜଣେ ଶିକ୍ଷାବିତ ରହିବେ।
୨. ପୂର୍ବରୁ କୁଳପତିଙ୍କ କାର୍ଯ୍ୟକାଳ ୩ ବର୍ଷ ଥିବା ବେଳେ ଏହାକୁ ଏବେ ୪ ବର୍ଷକୁ ବୃଦ୍ଧି କରାଯାଇଛି।
୩. କୁଳପତି ପଦବୀ ପାଇଁ ସର୍ବୋଚ୍ଚ ବୟସ ସୀମା ୬୭ ବର୍ଷକୁ ବୃଦ୍ଧି।
୪. ଗୋଟିଏ ବିଶ୍ୱବିଦ୍ୟାଳୟରେ କୁଳପତି ପଦବୀରେ ଜଣେ ବ୍ୟକ୍ତି ଦ୍ଵିତୀୟ ଥର ରହିପାରିବେ ନାହିଁ।
୫. ଏଣିକି ବିଶ୍ୱବିଦ୍ୟାଳୟଗୁଡିକ ଶିକ୍ଷକ କିମ୍ବା ଅଣଶିକ୍ଷକ କର୍ମଚାରୀ ଚୟନ କରିପାରିବେ ନାହିଁ, ଓଡିଶା ପବ୍ଲିକ ସର୍ଭିସ କମିଶନ ସମସ୍ତ ବିଶ୍ୱବିଦ୍ୟାଳୟ ପାଇଁ ଶିକ୍ଷକ ଚୟନ କରିବେ ଓ ଷ୍ଟେଟ ସିଲେକସନ ବୋର୍ଡ ଅଣଶିକ୍ଷକ କର୍ମଚାରୀ ଚୟନ କରିବେ।
୬. ବିଶ୍ୱବିଦ୍ୟାଳୟଗୁଡିକର ଅଡିଟ ରିପୋର୍ଟ ଏଣିକି ବିଧାନସଭାରେ ଉପସ୍ଥାପିତ ହେବା ନାହିଁ, ଏହା ପରିବର୍ତ୍ତେ ବିଶ୍ୱବିଦ୍ୟାଳୟଗୁଡିକ ସେହି ଅଡିଟ ରିପୋର୍ଟଗୁଡିକୁ ସେମାନଙ୍କ ୱେବସାଇଟରେ ତିନି ବର୍ଷ ପାଇଁ ପ୍ରଦର୍ଶିତ କରିବେ।

Leave A Reply

Your email address will not be published.

two × four =

error: Content is protected !!
Open chat