ଅସରାଏ ବର୍ଷା ରେ ରାଜଗାଙ୍ଗପୁର ର ମୁଖ୍ୟ ରାସ୍ତା ବେହାଲ।

0 783
greentech

ସୁନ୍ଦରଗଡ଼,ରାଜଗାଙ୍ଗପୁର(ସୌମ୍ୟଜୀତ ସ୍ୱାଇଁ)
ଗତ କିଛିଦିନ ହେବ ଓଡିଶା କୁ ମୌସୁମୀ ଛୁଇଁଛି।ଫଳରେ ସାରା ରାଜ୍ୟରେ ବର୍ଷା ଲାଗିରହିଛି।ରାଜଗାଙ୍ଗପୁର ରେ ବର୍ଷା ହେବା କାରଣରୁ ଓ ସି ଏଲ ୟୁନିଟ ୨ ଓ ଆଇ ଟି କଲୋନି ମଧ୍ୟ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିଛି ଓ ସୁବାସ ଛକ ର ରାସ୍ତା ରେ ମଧ୍ୟ ଠାଏ ଠାଏ ବର୍ଷା ଜଳ ଜମି ରହିଥିବା ଫଳରେ ରାଜଗାଙ୍ଗପୁର ବାସୀଙ୍କ ଜୀବନ ଯାତ୍ରା ଶୋଚନୀୟ ହୋଇଯାଇଛି।ଅସରାଏ ବର୍ଷା ହେଲେ ରାଜଗାଙ୍ଗପୁର ର ମୁଖ୍ୟ ରାସ୍ତା ଜଳ ମଗ୍ନ ହୋଇଯାଏ। ଏହାର ସ୍ଥାୟୀ ପ୍ରତିକାର ପାଇଁ ପୌରପାଳିକା ତରଫରୁ କୌଣସି ପ୍ରକାର ବ୍ୟବସ୍ଥା କରାଯାଉନଥିବାରୁ ସାଧାରଣ ରେ ଅସନ୍ତୋଷ ଦେଖା ଯାଉଛି।ପାଣି ଜମିବା ଫଳରେ ମଶା ମାଛି ଙ୍କ ର ପ୍ରାଦୁର୍ଭାବ ବଢ଼ିବାରେ ଲାଗୁଛି।ସହର କୁ ସ୍ୱଚ୍ଛ ରଖିବା ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଉଛି କିନ୍ତୁ ସହର ସାରା କୌଣସି ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳୁନି।ପ୍ରତିବର୍ଷ ଏହି ପ୍ରକାରର ଅସୁବିଧା ହେଉଥିଲେ ମଧ୍ୟ ପ୍ରଶାସନ ଓ ଜନପ୍ରତିନିଧି ମାନେ କୌଣସି ପ୍ରକାର ର ସ୍ଥାୟୀ ସମାଧାନ କରିବା ପାଇଁ ପଦକ୍ଷେପ ନେଉନାହାନ୍ତି।

Leave A Reply

Your email address will not be published.

four + 15 =

error: Content is protected !!
Open chat