![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୪/୦୭ : ଆଜି ରାଜ୍ୟରେ ଆଇପିଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ ହୋଇ ଯାଇଛି। ଭୁବନେଶ୍ୱର ଓ କଟକ ପାଇଁ ନୂଆ ଡିସିପି ନିଯୁକ୍ତ ହୋଇଛନ୍ତି।
![](https://i0.wp.com/kalingajyoti.com/wp-content/uploads/2020/07/coo-1024x291.jpg?resize=591%2C167)
ପୁରୀ ଏସପି ଉମାଶଙ୍କର ଦାଶ ଭୁବନେଶ୍ୱର ଡିସିପି ଦାୟିତ୍ୱ ନେଇଥିବାବେଳେ କଟକ ଡିସିପି ହେଲେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରତୀକ ସିଂହ। ୧୯୯୫ ବ୍ୟାଚ୍ ଆଇପିଏସ୍ ଆର୍କେ ଶର୍ମାଙ୍କୁ ଇଣ୍ଟେଲିଜେନ୍ସି ଡାଇରେକ୍ଟର ଦାୟିତ୍ୱ ଦିଆଯାଇଛି। ସେହିପରି ଗଜପତି ଏସପି ସାରା ଶର୍ମାଙ୍କୁ ଭିଜିଲାନ୍ସ ମୁଖ୍ୟ ଦାୟିତ୍ୱ ଦିଆଯାଇଛି। ସେହପରି ସୁନ୍ଦରଗଡ଼ ଏସପି ସୌମ୍ୟା ମିଶ୍ରଙ୍କୁ ଦିଆଯାଇଛି ଭୁବନେଶ୍ୱର ଟ୍ରାଫିକ୍ ଡିସିପି ଦାୟିତ୍ୱ।
![](https://kalingajyoti.com/wp-content/uploads/2020/07/111-1-718x1024.jpg)
ଅନ୍ୟପକ୍ଷେ ଏମ୍. ଅକ୍ଷୟ ହେଲେ ସିଏମ୍ଡି POH &WC, ସତ୍ୟଜିତ ମହାନ୍ତି ହେଲେ ଡିଜି FS & CG, HG, ଲଳିତ ଦାସ ହେଲେ ଏଡିଜି କମ୍ୟୁନିକେସନ, ରାଧାକୃଷ୍ଣ ଶର୍ମା ହେଲେ ଗୁଇନ୍ଦା ନିର୍ଦ୍ଦେଶକ, ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ଏଡିଜି କ୍ରାଇମବ୍ରାଞ୍ଚ