ଆଚାର୍ଯ୍ୟ ହରିହର ଆଞ୍ଚଳିକ କ୍ୟାନସର ହସ୍ପିଟାଲର ୨ନର୍ସ କରୋନା ପଜିଟିଭ୍ : କୋଭିଡ ହସ୍ପିଟାଲରେ ଭର୍ତ୍ତି

0 527
greentech

କଳିଙ୍ଗ ଜ୍ୟୋତି କଟକ ୨୯/୦୬ : କଟକ ବଡ଼ ଡାକ୍ତରଖାନା ସନ୍ନିକଟ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ଗବେଷଣା କେନ୍ଦ୍ରରେ ୨ଜଣ ନର୍ସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୨ ଜଣ ନର୍ସ ଜଣେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ଆଚାର୍ଯ୍ୟ ହରିହରର କର୍କଟ ରୋଗ ଗବେଷଣା କେନ୍ଦ୍ରର ୫୨ ଜଣ କର୍ମଚାରୀଙ୍କ ନମୁନା ପରୀକ୍ଷା ପାଇଁ ଯାଇଥିଲା। ତେବେ ସେଥିରୁ ୨ଟି ନମୁନା ପଜିଟିଭ୍ ଆସିଛି ଏବଂ ବାକି ୫୦ ନମୁନା ନେଗେଟିଭ ଆସିଛି। ପଜିଟିଭ ଜଣାପଡିବା ପରେ ୨ ନର୍ସଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ ବର୍ତ୍ତମାନ ଆଚାର୍ଯ୍ୟ ହରିହରର କର୍କଟ ରୋଗ ଗବେଷଣା କେନ୍ଦ୍ରରେ ନୂଆ ରୋଗୀ ଆଡମିଶନ ବନ୍ଦ କରି ଦିଆଯାଇଛି। ଓପିଡିରେ ପରୀକ୍ଷା ପରେ କେବଳ ଗୁରୁତର ରୋଗୀଙ୍କୁ ଆଡମିଶନ କରାଯିବ ବୋଲି କେନ୍ଦ୍ରର ନିର୍ଦେଶକ ଲଲାଟେନ୍ଦୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.

three × one =

error: Content is protected !!
Open chat