ଦଶରଥପୁର ପୁଣି ନୂଆ ୧୩ ଆକ୍ରାନ୍ତ ଚିହ୍ନଟ : ହୋମ କ୍ୱାରେଣ୍ଟାଇନ ପାଇଁ ବଢିଲା ଚିନ୍ତା

0 192
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଯାଜପୁର୨୯/୦୬: ୧୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ସଂଘରୋଧ କେନ୍ଦ୍ରରେ ଥିବାବେଳେ ଜଣେ ହୋମ କ୍ୱାରେଣ୍ଟାଇନରେ ଥିଲେ । ପାଲଟପୁର ପଂଚାୟତ କଣ୍ଟିବାଙ୍କ ଗ୍ରାମର ୬୪ ବର୍ଷିୟା ବୃଦ୍ଧା ଦିଲ୍ଲିରୁ ଫେରିଥିବାବେଳେ ସେ ଶାସ୍ତ୍ରୀଜି ନୋଡାଲ ବିଦ୍ୟାଳୟ ସଂଘରୋଧ କେନ୍ଦ୍ରରେ ୭ ଦିନ ରହିବା ପରେ ଘରକୁ ଫେରିଯାଇଥିଲେ ।ଦଶରଥପୁର ବ୍ଲକରେ କରୋନାରେ ଏଯାବତ ୧୩୯ ଜଣ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି । ଯାହାକି ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା । ପୂର୍ବରୁ କଲିକତା ଫେରନ୍ତା ବ୍ଲକ ପ୍ରଶାସନ ପାଇଁ ଚିନ୍ତାର କାରଣ ସାଜିଥିବାବେଳେ ଏବେ ଦିଲ୍ଲି, ମହାରାଷ୍ଟ୍ର, ଗୁଜୁରାତ, ହରିଆୟାନା ଚିନ୍ତା ବଢାଇଛି । ଆଜି ନୁଆ ୧୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ପୂର୍ବରୁ ୧୨୬ ଜଣ ଆକ୍ରାନ୍ତ ହୋଇଥିଲେ ।

ମଂଗଳପୁର ପଂଚାୟତରେ(୩) ଜଣ ୩୯/୩୦ ବର୍ଷିୟ ଯୁବକ ଆକ୍ରାନ୍ତ ହୋଇଥିବାବେଳେ ଉଭୟ ଦିଲ୍ଲିରୁ ଫେରି ମଚଗଳପୁର ମହତାବ ଉଚ୍ଚ ବିଦ୍ୟାଳୟରେ ରହିଥିଲେ । କୟାଁ ପଂଚାୟତରେ (୩) ଜଣ ୩୦/୪୫/୩୮ ବର୍ଷିୟ ଯୁବକ ଆକ୍ରାନ୍ତ ହୋଇଥିବାବେଳେ ସମସ୍ତ ଦିଲ୍ଲିରୁ ଫେରି ଜୟଚଣ୍ଡି ଉଚ୍ଚ ବିଦ୍ୟାଳୟ, କୟାଁଗୋଲା ଉଚ୍ଚ ବିଦ୍ୟାଳୟ, ଦୁବକଣ ଉଚ୍ଚ ବିଦ୍ୟାଳୟରେ ଥିଲେ । ବିରିପଟା ପଂଚାୟତ(୨) ଚାରିବାଟିଆ ଗ୍ରାମର ୨୩/୨୩ ଜଣେ ମହିଳା ଜଣେ ପୁରୁଷ ତାମିଲନାଡୁରୁ ଫେରିଥିବାବେଳେ ସେ ବିରିପଟା ଉଚ୍ଚ ବିଦ୍ୟାଳୟରେ ଥିଲେ । ଗ୍ରାମନନ୍ଦିପୁର ପଂଚାୟତର ୪୮ ବର୍ଷିୟ ଯୁବକ ପଶ୍ଚିମବଂଗରୁ ଫେରି ଜେ କେ ସ୍କୁଲ କଣ୍ଟିପଡିଆରେ ଥିଲେ । ଖାନନଗର ପଂଚାୟ ନୂଆପାଟଣା ଗ୍ରାମର ୨୮ ମହିଳା ଦିଲ୍ଲିରୁ ଫେରିଥିବାବେଳେ ସେ ମହତାବ ଉଚ୍ଚ ବିଦ୍ୟାଳୟରେ ଥିଲେ । ନିଜାମପୁର ପଂଚାୟତ ହରିହରପୁର ଗ୍ରାମର ୩୪ ବର୍ଷିୟ ଯୁବକ ଦିଲ୍ଲିରୁ ଫେରି ବାମଦେବପୁର ଉଚ୍ଚ ବିଦ୍ୟାଳୟରେ ଥିଲେ । ଆକ୍ରାନ୍ତମାନଙ୍କୁ ଚିକିସôା ପାଇଁ କୋଭିଡ-୧୯ ଚିକିସôାଳୟକୁ ପଠାଇ ଦିଆଯାଇଛି ।

୨ ଦିନ ଘରେ ରହିବାପରେ ୨୭ ତାରିଖ ରାତିରେ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା । ଏଥିନେଇ ବଢିଯାଇଛି ଚିନ୍ତା । ରିପୋଟ ଆସିବା ପୂର୍ବରୁ ଘରକୁ ପଠାଇଦିଆଯାଇଥିବାବେଳେ ଗାଁରେ ଉତ୍ତେଜନା ଦେଖାଯାଇଥିଲା । ୨ ଦିନ ଗାଁରେ ରହିବା ଫଳରେ ପରିବାର ସଦସ୍ୟ, ଅଟୋ ଚାଳକ, ଗାଁ ଲୋକଙ୍କ ସମ୍ପର୍କରେ ଆସିଥିଲେ । ଏଣୁ ୮ ପରିବାର ସଦସ୍ୟ ଏବଂ ଅଟୋ ଚାଳକକୁ ପୁନଶ୍ଚ ପାଲଟପୁରସ୍ଥ ଶାସ୍ତ୍ରୀଜୀ ନୋଡାଲ ବିଦ୍ୟାଳୟ ସଂଘରୋଧ କେନ୍ଦ୍ରରେ ରଖାଯାଇଥିବାବେଳେ ଏମାନଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଛି । ଏଣୁ ସେହି ରାତିରେ ଆକ୍ରାନ୍ତଙ୍କ ସମେତ ତାଙ୍କ ପରିବାର ସଦସ୍ୟମାନଙ୍କୁ ପୁନଶ୍ଚ ସଂଘରୋଧ କେନ୍ଦ୍ରକୁ ଅଣାଯାଇଛି । ସେହିପରି ଦତ୍ତପୁର ପଂଚାୟତରେ (୨) ଦେଉଳିସାହି ଗ୍ରାମର ୨୭ ବର୍ଷିୟ ଯୁବତୀ ହରିୟାନାରୁ ଫେରିଥିବାବେଳେ ସେ ଦତ୍ତପୁର ଉଚ୍ଚ ବିଦ୍ୟାଳୟ ସଂଘରୋଧ କେନ୍ଦ୍ରରେ ଥିବାବେଳେ ଦିୱାନିପାଟଣା ଗ୍ରାମର ୩୦ ବର୍ଷିୟ ଯୁବକ ହରିୟାନାରୁ ଫେରି ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟରେ ଥିଲେ ।

Leave A Reply

Your email address will not be published.

three × five =

error: Content is protected !!
Open chat