ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ଆଉ ୬ ଜଣ କରୋନା ପଜିଟିଭ ଚିହ୍ନଟ ।

0 215
greentech

କଟକ (କଳିଙ୍ଗ ଜ୍ୟୋତି) ୨୯/୦୬ : କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ଆଉ ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ CDMO ସତ୍ୟବ୍ରତ ଛୋଟରାୟ ସୂଚନା ଦେଇଛନ୍ତି। ୬ ଆକ୍ରାନ୍ତଙ୍କ ମଧ୍ୟରେ ୪ କ୍ୟାନ୍ସର ରୋଗୀ, ଜଣେ ଆଟେଣ୍ଡାଣ୍ଟ ଓ ଅନ୍ୟ ଜଣେ ଆକ୍ରାନ୍ତ ଆହାର କେନ୍ଦ୍ର କର୍ମଚାରୀ ହୋଇଥିବା ସୂଚନା ମିଳିଛି। ପୂର୍ବରୁ ହସ୍ପିଟାଲରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଗତକାଲି ୨ ଜଣ ନର୍ସ ଓ ପୂର୍ବରୁ ଜଣେ ରୋଗୀ ପଜିଟିଭ ଚିହ୍ନଟ ହୋଇଥିଲେ।

ସେପଟେ ମେଡିକାଲ୍‌କୁ ସାନିଟାଇଜ୍‌ କରାନଯାଇ ଅନ୍ୟ ଷ୍ଟାଫ୍‌ଙ୍କୁ ମୁତୟନ କରାଯାଇଥିବା ଅଭିଯୋଗ ଆଣି ଷ୍ଟାଫ୍‌ ନର୍ସମାନେ ଆଜି ହସ୍ପିଟାଲ୍‌ ନିର୍ଦ୍ଦେଶକଙ୍କୁ ଘେରିଛନ୍ତି। ନିୟମ ମୁତାବକ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହେବା ପରେ ମେଡିକାଲ୍‌କୁ ସାନିଟାଇଜ୍‌ କରାଯିବା କଥା। ମାତ୍ର ତାହା କରାଯାଇନଥିବା ନର୍ସମାନେ ଅଭିଯୋଗ କରିଛନ୍ତି। ମେଡିକାଲ୍‌କୁ ସାନିଟାଇଜ୍‌ ନକରି କର୍ତ୍ତୃପକ୍ଷ ଅନ୍ୟ ଷ୍ଟାଫ୍‌କୁ ଆଣି କାର୍ଯ୍ୟରେ ମୁତୟନ କରିଛନ୍ତି। ସେହିପରି ମେଡିକାଲ୍‌କୁ ଶଟ୍‌ଡାଉନ୍‌ କରାଗଲା ନାହିଁ କାହିଁକି ବୋଲି ନର୍ସମାନେ ପ୍ରଶ୍ନ କରିଛନ୍ତି। ଷ୍ଟାଫ୍‌ ନର୍ସଙ୍କ ‘କରୋନା’ ଟେଷ୍ଟ କରାଯାଉନଥିବାରୁ ମାଲିକମାନେ ଭଡାଟିଆଙ୍କୁ ଘରେ ପଶାଇ ଦେଉନାହାନ୍ତି। ଯଦି ଆମ ପାଖରେ କୋଭିଡ୍‌ ଟେଷ୍ଟ ରିପୋର୍ଟ ନାହିଁ, ତାହାହେଲେ ଆମେ କେଉଁଠି ରହିବୁ ବୋଲି ନର୍ସମାନେ କହିଛନ୍ତି।

Leave A Reply

Your email address will not be published.

4 × three =

error: Content is protected !!
Open chat