ଆଜିଠାରୁ ହଲମାର୍କ ସୁନା ବାଧ୍ୟତାମୂଳକ, ପ୍ରଥମେ ୨୫୬ଟି ଜିଲ୍ଲାରେ ଲାଗୁ ହେବ

0 440
greentech

ନୂଆଦିଲ୍ଲୀ ୧୬/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଦେଶରେ ଆଜିଠାରୁ ସୁନା ଗହଣା ଓ ଅନ୍ୟାନ୍ୟ ସୁନା ସାମଗ୍ରୀ ଉପରେ ହଲମାର୍କିଂକୁ ବାଧ୍ୟତାମୂଳକ କରାଯାଇଛି । ଗତ କାଲି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଏ ସମ୍ପର୍କରେ ଘୋଷଣା କରାଯାଇଥିଲା ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଶର ୨୫୬ଟି ଜିଲ୍ଲାରେ ଏହି ନିୟମ ଲାଗୁ ହେବ ଓ ପରେ ପର୍ୟ୍ୟାୟକ୍ରମେ ଏହାକୁ ସାରା ଦେଶରେ ଲାଗୁ କରାଯିବ ।
ତେବେ କେତେକ କ୍ଷେତ୍ରରେ ଏହି ନିୟମକୁ କୋହଳ କରାଯାଇଛି । ବାର୍ଷିକ ୪୦ ଲକ୍ଷ ପର୍ୟ୍ୟନ୍ତ କାରବାର ଥିବା ଜୁଏଲାରୀମାନଙ୍କୁ ଏଥିରୁ ବାଦ ଦିଆଯାଇଛି । ଆହୁରି ମଧ୍ୟ ଉତ୍ପାଦକ ଓ ହୋଲସେଲରମାନଙ୍କୁ ଅଧିକ ସମୟ ଦେବାପାଇଁ ଆସନ୍ତା ଅଗଷ୍ଟ ଶେଷ ପର୍ଯ୍ୟନ୍ତ ସେମାନଙ୍କଠାରୁ କୌଣସି ଜୋରିମାନା ଆଦାୟ ହେବ ନାହିଁ । ଏହି ସମୟ ମଧ୍ୟରେ ଉତ୍ପାଦକ ଓ ହୋଲସେଲରମାନେ ନିଜର ଗଚ୍ଛିତ ସୁନା ଅଳଙ୍କାର ଓ ସାମଗ୍ରୀ ଉପରେ ହଲମାର୍କ ଚିହ୍ନ ଲଗାଇବେ ।

ହଲମାର୍କ ହେଉଛି ସୁନା ଶୁଦ୍ଧତାର ମାପକାଠି । ଏହାଦ୍ୱାରା ଆପଣ ଯେଉଁଠାରୁ କିଣନ୍ତୁ ବା ଯେଉଁଠାରେ ବିକନ୍ତୁ ଆପଣଙ୍କୁ କୌଣସି ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିବ ନାହିଁ । ସୁନା ଗହଣା ବା ସୁନା ସାମଗ୍ରୀ ୧୪,୧୮ ଓ ୨୨ କ୍ୟାରେଟରେ ହଲମାର୍କ ସହ ମିଳିବ ।ଏହା ସହିତ ୨୦, ୨୩ ଓ ୨୪ କ୍ୟାରେଟରେ ମଧ୍ୟ ହଲମାର୍କ ରହିପାରିବ ।

Leave A Reply

Your email address will not be published.

13 + nineteen =

error: Content is protected !!
Open chat