ଆଜି ଠାରୁ ୭୨ ଘଣ୍ଟା ପାଇଁ ନୂଆପଡ଼ା ସହର ସଟ ଡାଉନ : ଗତକାଲି ଜିଲ୍ଲା ପୋଲିସ ମୁଖ୍ୟାଳୟରୁ ଚିହ୍ନଟ ହୋଇଥିଲେ ପଜିଟିଭ

0 245
greentech

ନୂଆପଡା, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୮/୦୭ : ଆଜି ଠାରୁ ୭୨ ଘଣ୍ଟା ପାଇଁ ନୂଆପଡ଼ା ସହର ସଟ ଡାଉନ କରାଯାଇଛି । ନୂଆପଡ଼ା ସହରର ବାଣିକ ସଂଘ, ଓକିଲ ସଂଘ , ସାମ୍ବାଦିକ ସଂଘଙ୍କ ଆହ୍ୱାନ କ୍ରମେ ସମସ୍ତେ ସହଯୋଗ କରିଛନ୍ତି । ନୂଆପଡ଼ା ଜିଲ୍ଲାରେ ଦିନକୁ ଦିନ କରୋନା ସଂଖ୍ୟା ବଢ଼ିବାରେ ଲାଗିଛି, ତାହାକୁ ଦୃଷ୍ଟିରେ ରଖି ଏହିଭଳି ସଟ ଡାଉନ କରାଯାଇଥିବା ବଣିକ ସଂଘ ପକ୍ଷରୁ କୁହାଯାଇଛି ।

ଗତକାଲି ଜିଲ୍ଲା ପୋଲିସ ମୁଖ୍ୟାଳୟରୁ ପଜିଟିଭ ଚିହ୍ନଟ ପରେ ଆଜି କୋର୍ଟ, ଜିଲ୍ଲା ପୋଲିସ ଅଫିସ, ରିଜର୍ଭ ଅଫିସକୁ ବନ୍ଦ କରାଯାଇଛି । ସୂଚନାନୁସାରେ, ରାଜ୍ୟରେ ଅଣାୟତ ହେଉଛି ସ୍ଥିତି । ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନେକ କିଛି ପଦକ୍ଷେପ ନେଉଛନ୍ତି ।

Leave A Reply

Your email address will not be published.

twelve − 1 =

error: Content is protected !!
Open chat