ଭୁବନେଶ୍ଵର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୮ : ଆଜି ବିପିୟୁଟି ଅଧିନରେ ପରିଚାଳିତ ବି-ଟେକ ଓ ଏମ.ଏସ.ସି. ପରୀକ୍ଷାଫଳ ପ୍ରକାଶ ପାଇଛି। ଏନେଇ ବିପିୟୁଟିର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବିପିୟୁଟି କର୍ତ୍ତୃପକ୍ଷ କହିଛନ୍ତି ଯେ, ବିଟେକ୍ ଓ ଏମ୍ଏସସିର ଫାଇନାଲ ସେମିଷ୍ଟରରେ ୯୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସମୁଦାୟ ୧୧ ହଜାର ୭ଶହ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୦ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।
ସୂଚନାଯୋଗ୍ୟ, ଗତକାଲି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଚଳିତ ବର୍ଷ ମୋଟ ୯୭, ୩୭୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲା ବେଳେ ସେମାନଙ୍କ ମଧ୍ୟରୁ ମୋଟ ୬୮, ୩୭୪ ଛାତ୍ରଛାତ୍ରୀ ପାସ୍ କରିଥିଲେ। ୩୮, ୩୦୧ ଛାତ୍ର ପାସ୍ କରିଥିବା ବେଳେ ୩୦, ୦୭୩ ଜଣ ଛାତ୍ରୀ ପାସ୍ କରିଛନ୍ତି।