ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ଶ୍ରାଦ୍ଧବାର୍ଷିକୀ : ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ

0 420
greentech

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୮ : ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ପୁଣ୍ୟତିଥି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଅଟଳ ବିହାରୀ ବାଜପେୟୀଙ୍କ ସମାଧିସ୍ଥଳ ‘ସଦୈବ ଅଟଳ’ ଯାଇ ସେଠାରେ ତାଙ୍କୁ ପୁଷ୍ପ ଅର୍ପଣ କରିଥିଲେ। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ଓ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି ଦେଶର ପ୍ରଗତି ଦିଗରେ ଅଟଳ ବିହାରୀ ବାଜପେୟୀଙ୍କ ଅତୁଳନୀୟ ଅବଦାନ ସର୍ବଦା ସ୍ମରଣୀୟ। ଆଜି ଅଟଳଙ୍କର ୨ୟ ପୁଣ୍ୟତିଥି। ୨୦୧୮ ମସିହାରେ ଦିଲ୍ଲୀର ଏମ୍ସରେ ତାଙ୍କର ମୃତ୍ୟୁ ହୋଇଥିଲା।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ପୁଣ୍ୟତିଥି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୈଶ୍ଵିକ ମହାମାରୀ କୋଭିଡ-୧୯ କଟକଣା ଅନୁଯାୟୀ ସାମାଜିକ ଦୂରତା ବଜାୟ ରଖି ନୂଆଦିଲ୍ଲୀସ୍ଥିତ ନିଜ ସରକାରୀ ବାସଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଜୀଙ୍କ ଫଟୋଚିିତ୍ରରେ ପୁଷ୍ପ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିିିିିିିଥିଲେ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି କହିଛନ୍ତି, “ରାଷ୍ଟ୍ରବାଦୀ, ଦୂରଦୃଷ୍ଟିସମ୍ପନ୍ନ ତଥା ଭାରତର ଜଣେ ସବୁଠାରୁ ଲୋକପ୍ରିୟ ରାଜନେତା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଜୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି । ଦେଶ ପ୍ରତି ଥିବା ତାଙ୍କର ଅବଦାନ ଯୋଗୁଁ ସେ ସର୍ବଦା ଚିରସ୍ମରଣୀୟ ହୋଇରହିବେ।”

ସେହିପରି ଅଟଳଜୀଙ୍କୁ ମନେ ପକାଇ ଦେଶର ବହୁ ନେତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ବାଜପେୟୀଙ୍କୁ ମନେ ପକାଇ ଟ୍ୱିଟ କରି କହିଛନ୍ତି ,ନରେନ୍ଦ୍ର ମୋଦୀଙ୍କର ନେତୃତ୍ୱରେ କେନ୍ଦ୍ର ସରକାର ଅଟଳଙ୍କର ବିଚାରଧାରାକୁ ମୂଳରେ ରଖି ଗରୀବ କଲ୍ୟାଣ ଯୋଜନାର ମାର୍ଗରେ ଅଗ୍ରସର ହୋଇଛନ୍ତି। ଏହାସହ ଭାରତକୁ ବିଶ୍ୱରେ ଏକ ମହାଶକ୍ତିଶାଳୀ ରାଷ୍ଟ୍ର କରିବାକୁ ଉଦ୍ଦେଶ୍ୟ ରଖିଛନ୍ତି। ଆଜି ଅଟଳଙ୍କର ପୁଣ୍ୟତିଥି ଅବସରରେ ତାଙ୍କୁ କୋଟି କୋଟି ପ୍ରଣାମ।

ଏହାସହ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଟ୍ୱିଟ କରି କହିଛନ୍ତି, ଅଟଳ ବିହାରୀ ବାଜପେୟୀଙ୍କର ପୁଣ୍ୟତିଥି ଅବସରରେ ତାଙ୍କୁ ପ୍ରଣାମ କରୁଛି। ଭାରତର ବିକାଶରେ ଓ ସାଧାରଣ ଲୋକଙ୍କ ପାଇଁ ତାଙ୍କର ମହାନ କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇ ରହିବ। ତାଙ୍କର ବିଚାର ସଭିଁଙ୍କ ପାଇଁ ପ୍ରେରଣା।

Leave A Reply

Your email address will not be published.

eleven + one =

error: Content is protected !!
Open chat