ଆଜି ଭୁବନେଶ୍ଵର ସହରରୁ ୨୧ଜଣ ଏବଂ କଟକ ସହରରୁ ୩୨ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ଉଭୟ ସହରରୁ ସ୍ଥାନୀୟ ସଂକ୍ରମିତ ୫ – ୫

0 367
greentech

ଭୁବନେଶ୍ଵର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୧/୦୭ : ଆଜି ଭୁବନେଶ୍ଵର ସହରରୁ ଆଉ ୨୧ଜଣ ଏବଂ କଟକ ସହରରୁ ୩୨ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଉଭୟ ଭୁବନେଶ୍ଵର ଏବଂ କଟକରୁ ୫ ଜଣ ଲେଖାଏ ସ୍ଥାନୀୟ ସଂକ୍ରମିତ ଚିହ୍ନଟହୋଇଛନ୍ତି । ସେହିଭଳି ଆଜି ଖୋର୍ଦ୍ଧା ଜିଲାରେ ୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଭୁବନେଶ୍ଵର ମହନାଗର ନିଗମ(ବିଏମସି) ଅଞ୍ଚଳରେ ୨୧ ପଜିଟିଭ୍‌ ରହିଛନ୍ତି। ସେଥିରୁ ୧୬ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୫ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।

କ୍ବାରେଣ୍ଟିନ ସେଣ୍ଟରରୁ ଚିହ୍ଟଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ନୟାପଲ୍ଲିରୁ ଜଣେ, ଆମ୍ରି ହସ୍ପିଟାଲ ନିକଟ ଶରଧାପଲ୍ଲି ବସ୍ତିରୁ ଜଣେ, ବଡ଼ଗଡ଼ ବ୍ରିଟ କଲୋନୀରୁ ଜଣେ, ଏକ ଘରୋଇ ହସ୍ପିଟଲରୁ ଜଣେ, ରସୁଲଗଡ଼ ଅଞ୍ଚଳରୁ ୨ ଜଣ, କୋଳଥିଆରୁ ଜଣେ ଘରୋଇ ହସ୍ପିଟାଲ କର୍ମଚାରୀ, କଳିଙ୍ଗ ନଗର କେ-୮ ରୁ ଗୋଟିଏ ପରିବାରର ୨ ଜଣ, ଭୁବନେଶ୍ବର କ୍ଲବ୍ ପାଖ ୟୁନିଟ-୬ ରୁ ଜଣେ, ଆଇଆରସି ଭିଲେଜରୁ ଜଣେ, ଏକ ଘରୋଇ ହସ୍ପିଟାଲରୁ ୩ ଜଣ, ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳରୁ ଗୋଟିଏ ପରିବାରର ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ଅନ୍ୟମାନଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି।

This image has an empty alt attribute; its file name is BMC-2.jpg

ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ସତ୍ୟନଗର କାଳୀ ମନ୍ଦିର ନିକଟରୁ ଜଣେ ୪୮ ବର୍ଷୀୟା ମହିଳା, କୋଳଥିଆର ଜଣେ ୮୧ ବର୍ଷୀୟ ବୃଦ୍ଧ, ଏକ ଘରୋଇ ହସ୍ପିଟାଲର ଜଣେ ୪୬ ବର୍ଷୀୟ କର୍ମଚାରୀ, ଚନ୍ଦିକାସ୍ଥିତ ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ନିକଟରୁ ଏକ ପରିବାରର ଜଣେ ୪୦ ବର୍ଷୀୟ ପୁରୁଷ ଏବଂ ୩୫ ବର୍ଷୀୟା ମହିଳା ରହିଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨୫୨ ହୋଇଥିବା ବେଳେ ମୋଟ ୬୨୫ ଜଣ ସୁସ୍ଥ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ୧୧ ଥିବା ବେଳେ ଆକ୍ଟିଭ କେସ୍ ରହିଛି ୬୧୪। ଆଜି ରାଜଧାନୀରେ ୪୯ ଜଣ ସୁସ୍ଥ ହୋଇଥିବା ବିଏମସି ଟୁଇଟରରେ ସୂଚନା ଦେଇଛି ।

ସେହିଭଳି ଆଜି କଟକ ଜିଲାରେ ୮୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ କଟକ ସହରରେ ଆଉ ୩୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ୨୭ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୫ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । କ୍ୱାରେଣ୍ଟାଇନରେ ରହିଥିବା ସଂକ୍ରମିତଙ୍କ ମଧ୍ୟରୁ ୫ଜଣ ସରକାରୀ କ୍ୱାରେଣ୍ଟାଇନ ରେ ଥିବା ବେଳେ ୨୧ଜଣ ହୋମ୍ କ୍ୟାରେଣ୍ଟାଇନରେ ରହିଥିଲେ, ଜଣେ ପେଡ୍ କ୍ୟାରେଣ୍ଟାଇନରେ ରହିଥିଲେ। ସେହିପରି ସ୍ଥାନୀୟ ସଂକ୍ରମିତମାନେ ହେଲେ ତନ୍ତୀ ସାହିର ୨୫ ବର୍ଷୀୟ ଯୁବକ, ଭାଗବତପୁରର ୧୧ ବର୍ଷର ନାବାଳକ, ନରାଜ କୈବର୍ତ୍ତ ସାହିର ୩୪ ବର୍ଷୀୟ ଯୁବକ, ଗୋପାଳପୁରର ୪୦ ବର୍ଷୀୟ ବ୍ୟକ୍ତି ଓ ଗଣେଶ ମନ୍ଦିର ନିକଟରୁ ଜଣେ ୬୫ ବର୍ଷୀୟ ବୃଦ୍ଧ । ସୂଚନାଯୋଗ୍ୟ, କଟକରେ ଏବେସୁଦ୍ଧା ମୋଟ ୩୯୮ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୨୫ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୮ଜଣ ପ୍ରାଣ ହରାଇଥିବା ବେଳେ ୧୬୫ଟି ସକ୍ରିୟ କେସ୍ ରହିଛି । ଏ ନେଇ ଆଜି କଟକ ମହନାଗର ନିଗମ (ସିଏମସି) ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.

4 × three =

error: Content is protected !!
Open chat