ଆଜି ରାଜ୍ୟରେ ଆଉ ନୂଆ ୫୯୫ କୋରୋନା ଆକ୍ରାନ୍ତ ଚିହ୍ନଟ, ୩ ଆକ୍ରାନ୍ତ ମୃତ ।

0 272
greentech

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୧୨ା୭ରାଜ୍ୟରେ ଆଜି ଆଉ ୫୯୫ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ, ସଂଗରୋଧ କେନ୍ଦ୍ରରୁ ୩୯୪ ଓ ସ୍ଥାନୀୟ ଅଞ୍ଚଳରୁ ୨୦୧ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଗଞ୍ଜାମରୁ ସର୍ବାଧିକ ୨୩୦ କୋରୋନା ଆକ୍ରାନ୍ତ ଚିହ୍ନଟ, ଯାଜପୁରରୁ ୯୭, ଖୋର୍ଦ୍ଧାରୁ ୭୬,କୋରାପୁଟରୁ ୪୪ ଆକ୍ରାନ୍ତ ଚିହ୍ନଟ, ମାଲକାନଗିରିରୁ ୩୬, ଗଜପତିରୁ ୨୦, ମୟୂରଭଞ୍ଜରୁ ୧୪ ପଜିଟିଭ ଚିହ୍ନଟ, ବାଲେଶ୍ବର, ଭଦ୍ରକ ଓ କଟକରୁ ୧୧ ଜଣ ଲେଖାଏଁ ଚିହ୍ନଟ, ପୁରୀରୁ ୧୦, ସୁନ୍ଦରଗଡ଼ରୁ ୮, ଜଗତସିଂହପୁର ଓ ନୟାଗଡ଼ରୁ ୫ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ, କଳାହାଣ୍ଡିରୁ ୪, ବରଗଡ଼ ଓ କେନ୍ଦୁଝରରୁ ୩ ଜଣ ଲେଖାଏଁ ଚିହ୍ନଟ , କେନ୍ଦ୍ରାପଡ଼ା, ରାୟଗଡ଼ା ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ ଚିହ୍ନଟ, ବଲାଙ୍ଗିରରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୨୧କୁ ବୃଦ୍ଧି, ରାଜ୍ୟରେ ୮ ହଜାର ୩୬୦ ସୁସ୍ଥ, ୪ ହଜାର ୬୭୭ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟରେ ଆଜି ୫୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୩ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ୩ଜଣ ମୃତକ ଗଞ୍ଜାମ ଜିଲ୍ଳାର ହୋଇଥିବା ସୂଚନା ମିଳିଛି । ସେମାନଙ୍କ ବୟସ ଯଥାକ୍ରମେ ୫୬, ୫୦ ଓ ୬୫ । ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.

15 − thirteen =

error: Content is protected !!
Open chat