ଆଜି ଓଡିଶାର ନବନିର୍ବାଚିତ ୪ ରାଜ୍ୟସଭା ସାଂସଦଙ୍କ ଶପଥ ଗ୍ରହଣ : ସମସ୍ତ ୪ ସାଂସଦଙ୍କ ଓଡିଆରେ ଶପଥ ପାଠ

0 277
greentech

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୨/୦୭ : ଆଜି ନବନିର୍ବାଚିତ ରାଜ୍ୟସଭା ସାଂସଦଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ ଭେଙ୍କିଆ ନାଇଡ଼ୁ ଶପଥପାଠ କରାଇଛନ୍ତି । ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ମୁଜିବୁଲ୍ଲା ଖାନ (ମୁନା ଖାନ), ସୁଜିତ କୁମାର, ମମତା ମହନ୍ତ ଓ ସୁବାସ ଚନ୍ଦ୍ର ସିଂ ମଧ୍ୟ ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି। ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ୪ ସଦସ୍ୟଙ୍କ ବ୍ୟତୀତ ରାଜ୍ୟସଭାର ୩୯ଜଣଙ୍କୁ ଶପଥ କରାଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ, ଓଡ଼ିଶାର ନବନିର୍ବାଚିତ ସମସ୍ତ ରାଜ୍ୟସଭା ସାଂସଦ ଆଜି ଓଡିଆରେ ଶପଥ ପାଠ କରିଛନ୍ତି।

ମାର୍ଚ୍ଚ ୨୬ ତାରିଖରେ ଅନୁଷ୍ଠିତ ନିର୍ବାଚନରେ ୪ଜଣ ଯାକ ସଦସ୍ୟ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ। ହେଲେ କରୋନା ଲକଡାଉନ ପାଇଁ ଏମାନେ ଦିଲ୍ଲୀ ଯାଇ ଶପଥ ନେଇପାରିନଥିଲେ। ତେବେ ଆଜି ନବ ନିର୍ବାଚିତ ସଦସ୍ୟମାନେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟସଭା ସଚିବାଳୟ ତରଫରୁ ଜାରି ସୂଚନା ଅନୁଯାୟୀ କରୋନା କଟକଣା ଯୋଗୁଁ ଶପଥ ନେଇ ପାରିନଥିବା ୨୦ଟି ରାଜ୍ୟର ନବନିର୍ବାଚିତ ସାଂସଦଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କିଆ ନାଇଡ଼ୁ ଶପଥପାଠ କରାଇଛନ୍ତି।

ତେବେ ରାଜ୍ୟସଭା ଅଧିବେଶନ ସ୍ଥଗିତ ରହିଥିବାରୁ ଅଧ୍ୟକ୍ଷ ଶ୍ରୀ ନାଇଡ଼ୁଙ୍କ ଚ୍ୟାମ୍ବରରେ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କରୋନା କଟକଣାକୁ ଦୃଷ୍ଟିରେ ରଖି ନବନିର୍ବାଚତ ସାଂସଦଙ୍କ ସହ ପରିବାରର ଜଣେ ସଦସ୍ୟଙ୍କୁ ଶପଥ ଗ୍ରହଣ ବେଳେ ଉପସ୍ଥିତ ରହିବାକୁ ଅନୁମତି ଦିଆଯାଇଛି। ନବନିର୍ବାଚିତ ସାଂସଦ ଦିଲ୍ଲୀ ପହଞ୍ଚିବା ପରେ ରାଜ୍ୟସଭା ସଚିବାଳୟ ତରଫରୁ ସେମାନଙ୍କ ରହଣି ଓ ପରିବହନ ବନ୍ଦୋବସ୍ତ କରାଯାଇଛି। ଯେଉଁ ସଦସ୍ୟଗଣ ମାନେ କୌଣସି କାରଣରୁ ଶପଥପାଠ କାର୍ଯ୍ୟକ୍ରମରେ ସାମିଲ ହୋଇ ପାରି ନାହାନ୍ତି, ସେମାନଙ୍କୁ ଆଗାମୀ ମୌସୁମୀ ଅଧିବେଶନ କାଳରେ ଶପଥ ପାଠ ପାଇଁ ସୁଯୋଗ ମିଳିବ।

Leave A Reply

Your email address will not be published.

four + 14 =

error: Content is protected !!
Open chat