ଆଜି ସଂଧ୍ୟା ସୁଦ୍ଧା ଅତି ଭୀଷଣ ବାତ୍ୟାରେ ପରିଣତ ହେବ ୟାସ୍

0 256
greentech

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ୟାସ୍ ଆହୁରି ଘନୀଭୂତ ହୋଇ ଏକ ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇଛି । ଏହା ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ଗତି କରୁଛି ଓ ଆଜି ସଂଧ୍ୟା ସୁଦ୍ଧା ଏହା ଏକ ଅତି ଭୀଷଣ ବାତ୍ୟାରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯ଼ାଇଛି।

ପାଣିପାଗ ବିଭାଗର ମଧ୍ୟାହ୍ନ ବୁଲେଟିନରେ କୁହାଯ଼ାଇଛି ଯ଼େ ଆଜି ସକାଳ ସାଢେ ୮ଟା ସୁଦ୍ଧା ବାତ୍ୟା ୟାସ୍ ପାରାଦୀପଠାରୁ ଦକ୍ଷିଣ,ଦକ୍ଷିଣ-ପୂର୍ବ ଦିଗରେ ୨୮୦ କିଲୋମିଟର ଦୂରରେ ଓ ବାଲେଶ୍ବରଠାରୁ ଦକ୍ଷିଣ,ଦକ୍ଷିଣ-ପୂର୍ବ ଦିଗରେ ୩୮୦ କିଲୋମିଟର ଦୂରରେ ଥିଲା । ଏହା ଧୀରେ ଧୀରେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ସର୍ବଶେଷ ସୂଚନା ଅନୁସାରେ ଏହା ଏବେ ପାରାଦୀପଠାରୁ ଆଉ ୨୨୦ କିଲୋମିଟର ଦୂରରେ ରହିଛି ।

ଏହି ବାତ୍ୟା ଆସନ୍ତା ୧୨ ଘଣ୍ଟାରେ ଅର୍ଥାତ ସଂଧ୍ୟାସୁଦ୍ଧା ଅତି ଭୀଷଣ ବାତ୍ୟାରେ ପରିଣତ ହେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଏହା କାଲି ସକାଳ ସୁଦ୍ଧା ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ହେବ ଓ ମଧ୍ୟାହ୍ନରେ ଧାମରା ଓ ବାଲେଶ୍ବର ମଧ୍ୟବର୍ତ୍ତୀ କୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁବ । ସ୍ଥଳଭାଗ ଛୁଇଁବା ପରେ ପବନର ବେଗ ଘଣ୍ଟା ପ୍ରତି ୧୫୫ରୁ ୧୬୪ କିଲୋମିଟର ରହିବ ଓ ସ୍ଥଳବିଶେଷରେ ଘଣ୍ଟା ପ୍ରତି ୧୮୫ କିଲୋମିଟର ବେଗରେ ଝଟକା ଦେବ ।

Leave A Reply

Your email address will not be published.

one × 3 =

error: Content is protected !!
Open chat