ଆତଙ୍କି ଇଲାକାରେ ଲେଡି ସିଂଘମ : ଶ୍ରୀନଗରରେ ପ୍ରଥମ ମହିଳା ସିଆରପିଏଫ ଆଇଜି ଚାରୁ ସିହ୍ନା, ଆତଙ୍କବାଦୀଙ୍କୁ କରିବେ ସଫା…

0 440
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୨/୦୯ : ଜମ୍ମୁକଶ୍ମୀର: ଆତଙ୍କି ଇଲାକାରେ ଲେଡି ସିଂଘମ । ଆତଙ୍କବାଦୀଙ୍କୁ ସମୁଳେ ସଫା କରିବେ ସିଆରପିଏଫ ଆଇଜି ଚାରୁ ସିହ୍ନା । ପ୍ରଥମଥର ପାଇଁ ଜମ୍ମୁ କଶ୍ମୀରର ଶ୍ରୀନଗର ସେକଟରରେ ସିଆରପିଏଫର ଇନସପେକ୍ଟର ଜେନେରାଲ ବା ଆଇଜି ଭାବେ ଜଣେ ମହିଳା ଆଇପିଏସ ଅଧିରକାରୀ ନିଯୁକ୍ତ ହୋଇଛନ୍ତି ।

ତେଲେଙ୍ଗାନା କ୍ୟାଡରର ୧୯୯୬ ବ୍ୟାଚ ଆଇପିଏସ ଅଧିକାରୀ ଚାରୁ ସିହ୍ନା ଏବେ ସିଆରପିଏଫର ଆଇଜି ଭାବରେ ଶ୍ରୀନଗରଠାରେ ଦାୟିତ୍ବ ନେବେ । ପ୍ରଥମଥର ଜଣେ ମହିଳା ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ବା ସିଆରପିଏଫ ଶ୍ରୀନଗର ସେକ୍ଟରରେ ଏହି ଦାୟିତ୍ବ ଦେଇଛି । ତେବେ ଏହା ପୂର୍ବରୁ ଚାରୁ ସିହ୍ନା ବିହାରର ନକ୍ସଲ ପ୍ରଭାବିତ ଅଂଚଳରେ ଆଇଜି ଭାବରେ ଦାୟିତ୍ବ ତୁଲାଇଛନ୍ତି ।

ନକ୍ସଲ ଦମନ କରିବା କ୍ଷେତ୍ରରେ ବହୁ ଗୁରୁତ୍ବପୂର୍ଣ୍ଣ ଭୁମିକା ନିର୍ବାହ କରିଛନ୍ତି । ତାଙ୍କ ନେତୃତ୍ବରେ ବିଭିନ୍ନ ନକ୍ସଲ ବିରୋଧି ଅପରେସନ କରାଯାଇଥିଲା । ଆଇପିଏସ ଅଧିକାରୀ ଚାରୁ ସିହ୍ନାଙ୍କୁ ୨୦୧୮ ଅପ୍ରିଲରେ ବିହାର ସେକ୍ଟରରେ ଆଇଜି ଭାବେ ନିଯୁକ୍ତି ଦିଆଯାଇଥିଲା । ଏହା ପୂର୍ବରୁ ତାଙ୍କୁ ତେଲେଙ୍ଗାନାର ପୋଲିସ ମହାନିର୍ଦେଶକ ଭାବେ ଦାୟିତ୍ବ ତୁଲାଇଛନ୍ତି ।

Leave A Reply

Your email address will not be published.

three × five =

error: Content is protected !!
Open chat