![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୧୨/୦୭ : ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଥମିବାର ନା ଧରୁନି। କରୋନା ମହାମାରୀ ସମୟରେ ରାଜ୍ୟରେ ମାସ୍କ, ସାନିଟାଇଜର ଏବଂ କରୋନା ଔଷଧ ‘ରେମଡେସିଭିର୍’ର କଳାବଜାରି ବଢ଼ିଚାଲିଛି। ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି।
![](https://i0.wp.com/kalingajyoti.com/wp-content/uploads/2020/07/gvnvn-1.jpg?resize=543%2C407)
ବିନା ଆଧାର କାର୍ଡରେ କାହାକୁ କରୋନା ଔଷଧ ‘ରେମଡେସିଭିର୍’ ନ ଦେବାକୁ ରାଜ୍ୟ ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡ଼ମିନିଷ୍ଟ୍ରେଶନ୍ ପକ୍ଷରୁ ସର୍କୁଲାର ଜାରି କରାଯାଇଛି। ଏହା ସହିତ କରୋନା ଔଷଧ ‘ରେମଡେସିଭିର୍’ କିଣିବାକୁ ଆସିଥିବା ବ୍ୟକ୍ତିଙ୍କୁ କରୋନା ପଜିଟିଭ୍ ରିପୋର୍ଟ ଏବଂ ଡାକ୍ତରଙ୍କ ପ୍ରେସ୍କ୍ରିପଶନ୍ ମଧ୍ୟ ଦେଖାଇବାକୁ ପଡ଼ିବ ବୋଲି ସର୍କୁଲାରରେ ଉଲ୍ଲେଖ ରହିଛି।
![](https://kalingajyoti.com/wp-content/uploads/2020/07/hjhfj.jpg)
ଇତିମଧ୍ୟରେ ରାଜ୍ୟ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ‘ରେମଡେସିଭିର୍’ ଏବଂ ‘ତୋସଲିଜୁମାବ୍’ ଔଷଧର ଅଭାବ ସମ୍ପର୍କରେ ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡ଼ମିନିଷ୍ଟ୍ରେଶନ ଓ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଏସବୁ ଔଷଧର କଳାବଜାରି ରୋକିବା ଲାଗି ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡ଼ମିନିଷ୍ଟ୍ରେଶନ ଏବଂ ପୋଲିସ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।