ରାଜସ୍ଥାନ ରାଜନୀତିରେ ଝଡ : ଆଜି ସଚିନ ପାଇଲଟ ବିଜେପିରେ ମିଶିବା ସମ୍ଭାବନା

0 509
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୩/୦୭: ସଚିନ ପାଇଲଟ ବିଜେପିରେ ମିଶିବାର ସମ୍ଭାବନା ରହିଛି।  ମିଳିଥିବା ସୂଚନା ଅନୁସାରେ ଆଜି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଙ୍କ ଉପସ୍ଥିତିରେ ସଚିନ ପାଇଲଟ ବିଜେପିରେ ସାମିଲ ହେବେ । କାରଣ କଂଗ୍ରେସ ପାଇଲଟଙ୍କ ସହିତ ରବିବାରଦିନ ରଖିଥିବା ବୈଠକରେ ବିଫଳ ହେଲା । ରବିବାର ଦିନ ପାଇଲଟ ବୟାନ ଦଇଛନ୍ତିଯେ ତାଙ୍କ ସହିତ ତିରିଶ ଜଣ ବିଧାୟକଙ୍କର ସମର୍ଥନ ରହିଛି ଓ ରାଜସ୍ତାନ ମୁଖ୍ୟ ମନ୍ତ୍ରୀଙ୍କ ପାଖରେ ଖୁବ କମ ବହୁମତ ରହିଛି। କିନ୍ତୁ କଂଗ୍ରେସ ଏହି ବୟାନକୁ ଖଣ୍ଡନ କରି କହିଛିଯେ ରବିବାର ଦିନ ରାଜସ୍ତାନରେ ହୋଇଥିବା ବୈଠକରେ ଗେହେଲତ ସରକାରଙ୍କ ସହିତ ନବେ  ଜଣ ବିଧାୟକ ସାମିଲ ହୋଇଥିଲେ ।

ରବିବାର ସକାଳେ ନିଜର ପ୍ରାୟ ୧୫ ଜଣ ସମର୍ଥକ ବିଧାୟକଙ୍କୁ ସାଙ୍ଗରେ ଧରି ପାଇଲଟ୍‌ ଦିଲ୍ଲୀରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ ତୁରନ୍ତ ରାଜସ୍ଥାନ ଫେରିଯିବା ପାଇଁ କଂଗ୍ରେସ ହାଇକମାଣ୍ଡ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପାଇଲଟ୍‌ ଏହାକୁ ଗ୍ରହଣ କରିନାହାନ୍ତି। କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିବା ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହିତ ପାଇଲଟ୍‌ ଆଜି ୪୦ ମିନିଟ୍‌ ଆଲୋଚନା କରିଛନ୍ତି। ଦିନକ ତଳେ ପାଇଲଟ୍‌ ସୋନିଆଙ୍କ ଘନିଷ୍ଠ ସହଯୋଗୀ ଅହମଦ ପଟେଲଙ୍କୁ ସାକ୍ଷାତ କରିଥିଲେ। କଂଗ୍ରେସ ନେତୃତ୍ବାଧୀନ ରାଜସ୍ଥାନ ସରକାରଙ୍କୁ ହଟାଇବା ପାଇଁ ବିଜେପି ଉଦ୍ୟମ କରୁଥିବା ଅଭିଯୋଗ ଉଠୁଥିବା ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ ପାଇଲଟ୍‌ଙ୍କ ଏଭଳି ପଦକ୍ଷେପ ଦଳରେ ଭୂକମ୍ପ ସୃଷ୍ଟି କରିଛି।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ତାଙ୍କୁ ଅଣଦେଖା ଓ ଅପମାନିତ କରୁଛନ୍ତି ବୋଲି ସଚିନ୍‌ ଶନିବାର ରାତିରେ ବରିଷ୍ଠ ନେତା ପଟେଲଙ୍କ ସହ ସାକ୍ଷାତ ବେଳେ କହିଥିଲେ। ଏପରିକି ତାଙ୍କ ପ୍ରତି ଅନ୍ୟାୟକୁ କେବେ ପ୍ରଶ୍ରୟ ଦିଆଯିବନାହିଁ ବୋଲି ମଧ୍ୟ ତାଙ୍କୁ ପଟେଲ ଭରସା ବାଣୀ ଶୁଣାଇଛନ୍ତି। ରାଜସ୍ଥାନରେ ମଧ୍ୟପ୍ରଦେଶ ଭଳି ଦଳରେ ବିଭାଜନ ଆଶଙ୍କା କରି ଦଳୀୟ ସୁପ୍ରିମୋ ବିବ୍ରତ ହୋଇପଡ଼ିଛନ୍ତି। ସେଠାରେ ଯେପରି ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ସମର୍ଥକ ବିଧାୟକମାନଙ୍କ ସହ ବିଜେପିକୁ ଲମ୍ଫ ଦେଲେ ତାହାର ପୁନରାବୃତ୍ତି ରାଜସ୍ଥାନରେ ନ ଘଟାଇବା ଲାଗି ନେତୃବୃନ୍ଦ ତତ୍ପର ହୋଇପଡ଼ିଛନ୍ତି। ଆଜି ସଚିନ୍‌ଙ୍କ କ୍ୟାମ୍ପ୍‌ର ୩ ଜଣ ବିଧାୟକ ତାଙ୍କ ଆଭିମୁଖ୍ୟ ବଦଳାଇ ରାଜସ୍ଥାନ ଫେରିଛନ୍ତି ଏବଂ ଦଳର ସବୁ ନିର୍ଦ୍ଦେଶ ମାନିବେ ବୋଲି କହିଛନ୍ତି। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା‌ ବିଧାୟକ ଦଳ ବୈଠକରେ ସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ କଂଗ୍ରେସ ସାଧାରଣ ସଂପାଦକ ଅବିନାଶ ପାଣ୍ଡେ କହିଛନ୍ତି ଯେ ରାଜସ୍ଥାନ ସରକାର ପ୍ରତି କୌଣସି ବିପଦ ନାହିଁ ଏବଂ ସବୁ ବିଧାୟକ ଦଳ ସହିତ ଦୃଢ଼ ଭାବେ ଅଛନ୍ତି। ଗେହଲଟ କହିଛନ୍ତି ତାଙ୍କ ସରକାରର ସଫଳତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ଅସହିଷ୍ଣୁ ହୋଇଛନ୍ତି ଏବଂ ରାଜ୍ୟରେ କଂଗ୍ରେସ ବିଧାୟକମାନଙ୍କୁ ପ୍ରଭୂତ ଅର୍ଥରାଶି ଲୋଭ ଦେଖାଇ ସରକାରକୁ ଭାଙ୍ଗିବା ଲାଗି ବିଜେପି ମସୁଧା ଚଳାଇଛି। ତେବେ ଏଭଳି ଅଭିଯୋଗକୁ ରାଜ୍ୟ ବିଜେପି ସଭାପତି ସତୀଶ ପୁନିଆ ଖଣ୍ଡନ କରିବା ସହ କଂଗ୍ରେସରେ ଦେଖାଦେଇଥିବା ଅନ୍ତର୍ବିବାଦକୁ ଘୋଡ଼େଇବାକୁ ଯାଇ ମୁଖ୍ୟମନ୍ତ୍ରୀ ଅଯଥାରେ ଦୋଷକୁ ଅନ୍ୟ ଉପରେ ଲଦୁଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ସଚିନ ପାଇଲଟ ଦିଲ୍ଲୀରୁ ଯାଇଥିବା କଂଗ୍ରେସ ନେତା ମାନଙ୍କ ସହିତ ଆଲୋଚନା କରିବେ । ରାଜ୍ୟରେ ଦେଖା ଦେଇଥିବା ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ କଂଗ୍ରେସ ବିଧାୟକ ଦଳର ବୈଠକ ସୋମବାର ୧୦.୩୦ ମିନିଟ୍ ରେ ରଖିଛନ୍ତି । ସଚିନ ପାଇଲଟ ପାର୍ଟି ଅଧକ୍ଷ ସୋନିୟା ଗାନ୍ଧୀଙ୍କୁ ଦେଖା କରିବା ପାଇଁ ଦିଲ୍ଲୀରେ ପହଂଚିଥିଲେ ଓ ତାଙ୍କ ସହିତ ୧୨ ଜଣ ବିଧାୟକ ମଧ୍ୟ ଦିଲ୍ଲୀରେ ତାଙ୍କ ସହିତ ଥିଲେ । ଅଶୋକ ଗହଲୋତ ପାର୍ଟିର ଅଧକ୍ଷାଙ୍କୁ ଜଣାଇଛନ୍ତି ଯେ ସଚିନ ପାଇଲଟ ବି.ଜେ.ପି ନେତା ମାନଙ୍କ ସହିତ ସଂପର୍କରେ ରହିଛନ୍ତି ।

Leave A Reply

Your email address will not be published.

twelve − seven =

error: Content is protected !!
Open chat