ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଚାଇନା ଆପ୍ ଟିକ୍‌ଟକ୍‌ ବିରୋଧରେ ଇନଷ୍ଟାଗ୍ରାମ୍-ଫେସ୍‌ବୁକ୍‌‌ରେ ଆଡ୍‌ କ୍ୟାମ୍ପେନ୍‌ ଆରମ୍ଭ

0 632
greentech

ଓ୍ବାଶିଂଟନ / ନୂଆଦିଲ୍ଲୀ, (କଳିଙ୍ଗଜ୍ୟୋତି ବ୍ୟୁରୋ), ୧୮/୦୭ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶର୍ଟ ଭିଡ଼ିଓ ମେକିଂ ଆପ୍‌ ଟିକ୍‌ଟକ୍‌ ବିରୋଧରେ ଫେସ୍‌ବୁକ୍‌ ଏବଂ ଇନଷ୍ଟାଗ୍ରାମ୍‌ରେ ଆଡ୍‌ କ୍ୟାମ୍ପେନ୍‌ ଆରମ୍ଭ କରିଛନ୍ତି। ଏହି ଆପ୍‌ ଆମେରିକା ନାଗରିକଙ୍କ ଗୁପ୍ତ ତଥ୍ୟ ଚୋରି କରୁଥିବା କୁହାଯାଉଛି। କିଛି ଦିନ ତଳେ ଟ୍ରମ୍ପ ଦେଶରେ ଟିକ୍‌ଟକ୍‌ ଉପରେ ପ୍ରତିବନ୍ଧକ ଲଗାଇବା ସମ୍ପର୍କରେ ମନ୍ତବ୍ୟ ଦେଇଥିଲେ। ଏବେ ଖୁବ୍‌ ଶୀଘ୍ର ଏହା ଉପରେ ଆମେରିକା ପକ୍ଷରୁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅନୁମାନ କରାଯାଉଛି।

ଭାରତରେ ୫୯ ଚାଇନା ଆପ୍‌ ଉପରେ କଟକଣା ଜାରି ହେବା ପରେ ଏଭଳି ପଦକ୍ଷେପକୁ ଆମେରିକା ସ୍ବାଗତ କରିଥିଲା। ଏବେ ଆମେରିକା ଚାଇନାକୁ ଆର୍ଥିକ କ୍ଷେତ୍ରରେ ବୁଦ୍ଧି ଶିଖାଇବା ପାଇଁ ଅଣ୍ଟା ଭିଡ଼ିଛି। ସେଥିପାଇଁ ଚାଇନା ଆପ୍‌ ବିରୋଧରେ ଦେଶର ଜନତାଙ୍କ ମଧ୍ୟରେ ନକାରାତ୍ମକ ଭାବନା ସୃଷ୍ଟି କରିବାର ପ୍ରୟାସ ଟ୍ରମ୍ପ୍‌ ପ୍ରଶାସନ ପକ୍ଷରୁ କରାଯାଉଛି।

Leave A Reply

Your email address will not be published.

sixteen + 16 =

error: Content is protected !!
Open chat